Only for Entertainment

ପ୍ରିୟଙ୍କାଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ମା ମଧୁ ଚୋପ୍ରା ।

Mid-Day
19

ରାଜସ୍ଥାନ ରୟାଲ ପାଲେସରେ ହେବାକୁ ଯାଉଛି ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନୋସଙ୍କ ମୋଷ୍ଟ ଆୱେଟିଙ୍ଗ ମ୍ୟାରେଜ ।ମ୍ୟାରେଜ ପାଇଁ ଯୋଧପୁରୁ ଆଲିଶାନ ମେହେରାନଗଡ ପୋର୍ଟକୁ ବାଛିଛନ୍ତି ପ୍ରିୟଙ୍କା ।

ଯୋଧପୁର ଉମେଦଭବନରେ ପହଁଚିଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ମା ମଧୁ ଚୋପ୍ରା ।ଏକ ମାତ୍ର ଝିଅର ବାହାଘର କେମିତି ସୁରୁଖୁରରେ ଶେଷ ସେ ନେଇ ବେଶ ବ୍ୟସ୍ତ ଅଛନ୍ତି ମଧୁ ।ତେଣୁ ତ ମୁମ୍ବାଇରୁ ସମୟ ବାହାର କରି ଯୋଧପୁରରେ ନିଜେ ପହଁଚି ବାହାଘର ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ତଦାରଖ କରିଛନ୍ତି ମଧୁ । ତେବେ ଗଣମାଧ୍ୟମର ପ୍ରଶ୍ନର ଉତର ଦେବାକୁ ଯାଇ ମଧୁ କହିଛନ୍ତି କି ଜୟପୁର ତାଙ୍କର ସବୁଠୁ ପସନ୍ଦର ସହର । ତେଣୁ ସମୟ ବାହାର କରି ଏଠାକୁ ଖାସକ ସମୟ କାଟିବା ପାଇଁ ।ପରେ ପ୍ରିୟଙ୍କାଙ୍କ ବାହାଘର ଖବରକୁ ନେଇ ମଧୁ କହିଛନ୍ତି ଆଗକୁ ବାହାଘର ଦେଖିବା ପାଇଁ ସମୟ ଆସୁଛି, ବର୍ତମାନ କି ଉତର ଦେବି,ା ଯେବେ ବାହାଘର ହେବ ସେତେବେବେଳ ସମସ୍ତ ପ୍ରଶ୍ନର ଉତର ମିଳିବ ବୋଲି ମଧୁ କହିଛନ୍ତି । ନଭେମ୍ବର ୩୯ରୁ ଡିସେମ୍ବର ୨ ଯାଏଁ ଏଠାରେ ପ୍ରିୟଙ୍କା ଓ ନିକଙ୍କ ବିରାଟ ଆୟୋଜନ କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ପ୍ରିୟଙ୍କା ଦିଲ୍ଲୀରେ ନିଜ ହଲିଉଡ ପ୍ରୋଜେକ୍ଟ ଦ ସ୍କାଏ ଇଜ ପିଙ୍କର ସୁଟିଂରେ ବ୍ୟସ୍ତ ଅଛନ୍ତି ।ବାହାଘର ପାଇଁ ସମସ୍ତ ପ୍ରୋଜେକ୍ଟ ଶେଷ କରିବା ଲକ୍ଷ୍ୟରେ ବର୍ତମାନ ଦେଶୀ ଗଲ ଲଗାତାର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More