Only for Entertainment

ପୁଣି ଥରେ ଖୋଲିବ ଚାନ୍ଦନୀ ବାର, ୧୭ବର୍ଷ ପୂର୍ବେ ଏହି ଅଭିନେତ୍ରୀଙ୍କୁ ଫିଲ୍ମ ଦେଇଥିଲା ନ୍ୟାସନାଲ ଆୱାର୍ଡ ।

amarujala
0 62

ମଧୁର ଭଣ୍ଡାରକର ନିଜ ଫିଲ୍ମ ‘ଚାନ୍ଦନୀ ବାର’ର ସିକ୍ୱେଲ ବନାଇବାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମ ସେ ସମୟରେ ଅଟେ ଯାହା ତବୁଙ୍କ ଜୀବନ ଏକ ନୂଆ ଦିଗ ଦେଖାଇଥିଲା । ୧୭ବର୍ଷ ପୂର୍ବେ ରିଲିଜ ହୋଇଥିବା ଏହି ଫିଲ୍ମରେ ମଧୁର ଭଣ୍ଡାରକର ନ୍ୟାସନାଲ ଆୱାର୍ଡ ଜିତିଥିଲେ । ଏହି ଫିଲ୍ମ ପାଇଁ ତବୁଙ୍କୁ ମଧ୍ୟ ବେଷ୍ଟ ଅଭିନେତ୍ରୀ ଆୱାର୍ଡ ପ୍ରଦାନ କରାଯାଇଥିଲା ।

chandni bar1

ଏହାର ଦ୍ୱିତୀୟ ଭାଗ ଶୈଳେଶ ଆର ସିଂ ପ୍ରଡ୍ୟୁସ କରିବେ । ଏନବିଟିର ଖବର ମୁତାବକ ଫିଲ୍ମ ଉପରେ ପ୍ରଡ୍ୟୁସର କହିଛନ୍ତି ଯେ, ସେ ମଧୁରଙ୍କ ସହ ପୁଣି ଥରେ ଚାନ୍ଦନୀ ବାର୨ ପ୍ରଡ୍ୟୁସ କରିବାକୁ ଉତ୍ସାହିତ ଅଟନ୍ତି । ଫିଲ୍ମ ପାଇଁ ପରମିସନ ମିଳିସାରିଛି ଏବେ ଫିଲ୍ମ ପ୍ରସ୍ତୁତିର ଆରମ୍ଭ ହୋଇଯାଇଛି ।

chandni bar

ଫିଲ୍ମ ସୁଟିଂ ଚଳିତ ବର୍ଷର ଶେଷରେ ଆରମ୍ଭ ହୋଇପାରେ । ଖବର ମୁତାବକ ୨୦୦୫ପରେ ଡାନ୍ସ ବାର ଉପରେ ଲାଗିଥିବା ବ୍ୟାନ ଉପରେ ମଧୁର ଖୁବ ରିସର୍ଚ କରିଛନ୍ତି । ହୁଏତ ଏହି ଫିଲ୍ମ ଏହା ଉପରେ ଆଧାରିତ ହୋଇପାରେ ।
ଏଠାରେ ଆମେ କହି ରଖୁଛୁ ଯେ ଚାନ୍ଦନୀବାର ଫିଲ୍ମକୁ ବେଷ୍ଟ ଫିଲ୍ମ ଆୱାର୍ଡ ମିଳିଥିଲା ଏବଂ ଏହି ଫିଲ୍ମ ୨୦୦୧ରେ ରିଲିଜ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More