Only for Entertainment

ଗୁରୁ ଶିଷ୍ୟଙ୍କ ଯୋଡି ଷ୍ଟେଜରେ ମଚାଇଲା ଧମାଲ, ଦେଖନ୍ତୁ ଭିଡିଓ !

89

ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ନିଜ ଡାନ୍ସ ପାଇଁ ଖୁବ ପରିଚିତ । ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଡାନ୍ସର ଭିନ୍ନ ପରିଚୟ ବନାଇଥିବା ମାଧୁରୀଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମାଧୁରୀ ନିଜ ଡାନ୍ସିଂ ଗୁରୁ ଏବଂ କୋରିଓଗ୍ରାଫର ସରୋଜ ଖାନଙ୍କ ସହ ସୁପରହିଟ ଫିଲ୍ମ ‘ଦେବଦାସ’ଙ୍କ ଗୀତ ‘ହରା ରଙ୍ଗ ଡାଲା’ରେ ଡାନ୍ସ କରୁ୍ଥିବାର ନଜର ଆସିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଡାନ୍ସ ରିଆଲିଟି ଶୋ’ ଡାନ୍ସ ଦିୱାନେ ଶୋ’ ସେଟର ଅଟେ । ଅସଲରେ ଡାନ୍ସ ଦିୱାନେ ସେଟରେ କୋରିଓଗ୍ରାଫର ସରୋଜ ଖାନ ଆସିଥିଲେ । ସେ ସେଟରେ ଖୁବ ମସ୍ତି କରିଥିଲେ । ଶୋ’ର ଜଣେ ପ୍ରତିଯୋଗୀଙ୍କ ଇଚ୍ଛାରେ ସରୋଜ ଖାନ ଏବଂ ମାଧୁରୀ ଦିକ୍ଷୀତ ଏକାସହ ଡାନ୍ସ କରିଥିଲେ ।


ଇଂଟରନେଟରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ମାଧୁରୀଙ୍କ ଫ୍ୟାନ କ୍ଲବ ନିଜ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି । ଫ୍ୟାନ୍ସ ମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି, ଯାହାକି ପୂରୁଣା ସ୍ମୃତିକୁ ତାଜା କରି ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More