Only for Entertainment

କାଶ୍ମୀର ବଦଳରେ ମାଧୁରୀଙ୍କୁ ମାଗିଥିଲା ପାକିସ୍ତାନ !

Deccan Chronicle
0 54

ମାଧୁରୀ ଦୀକ୍ଷିତଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଭାରତ ନୁହେଁ ଭାରତ ବାହାରେ ମଧ୍ୟ ତାଙ୍କୁ ଲୋକେ ଜାଣନ୍ତି । ଧକଧକ ଗାର୍ଲ ନାମରେ ପ୍ରସିଦ୍ଧ ମାଧୁରୀ ୧୫ ମଇ ୧୯୬୭ରେ ମୁମ୍ବାଇରେ ଜନ୍ମ ହୋଇଥିଲା ।

୯୦ ଦଶକରେ ବଲିଉଡର ଟପ ଅଭିନେତ୍ରୀ ଥିଲେ ମାଧୁରୀ । ସେ ଗୋଟିଏ ପରେ ଗୋଟିଏ ଅନେକ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ଏପରିକି ଗୋଟିଏ ଫିଲ୍ମ ପାଇଁ ତାଙ୍କୁ ସଲମାନଙ୍କ ଠାରୁ ଅଧିକ ଫିସ ମଧ୍ୟ ମିଳିଥିଲା ।

କେବଳ ଭାରତ ନୁହେଁ ପାକିସ୍ତାନ ମଧ୍ୟ ମାଧୁରୀଙ୍କ ପାଇଁ ପାଗଳ । କୁହାଯାଉଛି ଯେ ବର୍ଡରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ କହିଥିଲା ଆମେ କାଶ୍ମୀର ଛାଡିଦେବୁ କିନ୍ତୁ ଆମକୁ ମାଧୁରୀ ଦେବାକୁ ପଡିବ ।

anil-madhuri-story_647_111317104920

ମାଧୁରୀ ଦୀକ୍ଷିତଙ୍କ ନାମ ଅନେକ କଳାକାରଙ୍କ ସହିତ ଯୋଡା ଯାଇଛି । ୮୦ ଏବଂ ୯୦ ଦଶକରେ ମାଧୁରୀ ଏବଂ ଅନିଲ କପୁରଙ୍କ ଯୋଡି ଖୁବ ହିଟ ହୋଇଥିଲା । ଦୁହେଁ ପୁକାର, ପରିନ୍ଦା, ରାମ-ଲଖନ, ବେଟା ପରି ଅନେକ ସପରହିଟ ଫିଲ୍ମରେ ନଜର ଆସିଥିଲେ । ରିପୋର୍ଟ ଅନୁସାରେ ଦୁହେଁ ଏକାଠି ସମୟ ବିତାଇବା ସହିତ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢିବାକୁ ଲାଗିଥିଲା ।

409724-mad-sanjay

୯୦ ଦଶକରେ ମାଧୁରୀ ଏବଂ ଅଭିନେତା ସଂଜୟ ଦତ୍ତଙ୍କ ସମ୍ପର୍କ ଚର୍ଚ୍ଚରେ ରହିଥିଲା । କିନ୍ତୁ ୧୯୯୩ ବମ ବ୍ଲାଷ୍ଟରେ ସଂଜୟଙ୍କ ନାମ ଆସିବା ପରେ ଦୁହିଁଙ୍କ ମଧ୍ୟରେ ଦୂରତା ଆସିଥିଲା ।

sunil-gavaskar-pti

କମ ଲୋକେ ଜାଣିଥିବେ ଯେ ମାଧୁରୀ ଜଣେ କ୍ରିକେଟରଙ୍କର ଦିୱାନୀ ଥିଲେ । ୧୯୯୨ରେ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ମାଧୁରୀ ଏହି ବଷୟରେ ଖୁଲାସା କରିଥିଲେ । ସେ କହିଥିଲେ ଯେ ସେ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଦୁୱାନୀ ଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଗାଭାସ୍କର ତାଙ୍କ ସ୍ୱପ୍ନରେ ଆସିଥାନ୍ତି ।

madhuri

ବହୁତ କମ ଲୋକ ଏହା ଜାଣିଥିବା ଯେ ବଲିଉଡ କଣ୍ଠଶିଳ୍ପୀ ସୁରେଶ ୱାଡେକରଙ୍କ ପାଇଁ ଧକଧକ ଗାର୍ଲ ମାଧୁରୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଆସିଥିଲା । କିନ୍ତୁ ସୁରେଶ ଏହାକ ଗ୍ରହଣ କରିନଥିଲେ ।

ମାଧୁରୀ ୧୭ ଅକ୍ଟୋବର ୧୯୯୯ରେ ଡାକ୍ତର ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିଲେ । ଏହା ମାଧୁରୀଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି । ମାଧୁରୀ ଏକମାତ୍ର ଅଭିନେତ୍ରୀ ଯେ ୧୪ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଁ ଚୟନ ହୋଇଛନ୍ତି । ଏହା ବ୍ୟତିତ ସେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More