ଫିଲ୍ମ ମେକର କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘କଳଙ୍କ’ ଚଳିତ ବର୍ଷ ଏପ୍ରିଲ ମାସରେ ରିଲିଦ ହେବାକୁ ଯାଉଛି । ଏହି ଫିଲ୍ମରେ ୩ଜଣ ଅଭିନେତ୍ରୀ ଲିଡିଂ ରୋଲରେ ନଜର ଆସିବେ । ସେ ହେଉଛନ୍ତି ମାଧୁରୀ ଦିକ୍ଷୀତ, ଆଲିଆ ଭଟ୍ଟ ଏବଂ ସୋନାକ୍ଷୀ ସିହ୍ନା । ଏହି ଲିଡିଂ ଅଭିନେତ୍ରୀଙ୍କ କଳଙ୍କ ଲୁକ ସାମ୍ନାକୁ ଆସି ସାରିଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।
ନିକଟରେ ଏହି ୩ ଅଭିନେତ୍ରୀ ‘ବାଜାର’ ମ୍ୟାଗାଜିନ ପାଇଁ ଫଟୋସୁଟ କରିଛନ୍ତି । ଏହି ଫଟୋ ସୁଟର ଫଟୋ ଏବଂ ଭିଡିଓ ‘ବାଜାର’ ନିଜ ଇଂଷ୍ଟାଗରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋସୁଟରେ ୩ ଜଣ ଅଭିନେତ୍ରୀ ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି । ମ୍ୟାଗାଜିନର ୧୦ ବର୍ଷ ପୂରା ହେବା ଅବସରରେ ଏହି ଫଟୋ ସୁଟ କରାଯାଇଥିଲା ।
ଭଡିଓରେ ୩ଜଣ ଅଭିନେତ୍ରୀ ନିଜ ନିଜ ରୋଲ ମଡେଲଙ୍କ ବିଷୟରେ କହୁଥିବାର ଦେଖିବାକୁ ମିଳିଛି । ମାଧୁରୀ କହିଛନ୍ତି ଯେ ତାଙ୍କ ମା’ ତାଙ୍କର ପ୍ରେରଣା ସେହିପରି ସୋନାକ୍ଷୀ ରେ ପରତ୍ୟେକ ମହିଳାଙ୍କ ଠାରୁ ଆପଣ ପ୍ରେରଣା ନେଇ ପାରିବେ ।
ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ଏହି ୩ ଅଭିନେତ୍ରୀଙ୍କ ବ୍ୟତିତ ବରୁଣ ଧୱନ, ଆଦିତ୍ୟ ରୟ କପୁର ଏବଂ ସଂଜୟ ଦତ୍ତ ନଜର ଆସିବେ । ଫିଲ୍ମ ୧୯ ଏପ୍ରିଲରେ ପରଦାକୁ ଆସିବ ।