Only for Entertainment

ମଧୁବାଲାଙ୍କ ବାୟୋପିକରେ ନଜର ଆସିବେ ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ ।

DNA India
0 46

ଏବେ ବଲିଉଡ ଜଗତରେ ଫିଲ୍ମ ନିର୍ମାତାମାନେ ବାୟୋପିକ ସିନେମାରେ ଅଧିକ ଆଶାବାଦୀ ରହୁଛନ୍ତି । ରାଜନେତାଠାରୁ ଆରମ୍ଭ କରି ସଫଳ ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ତିଆରି କରାଯାଉଛି । ଏବେ ଏହି ବାୟୋପିକ ସିନେମାରେ ଆଉ ଏକ ଅଧ୍ୟାୟ ଜଡି ହେବାକୁ ଯାଉଛି । ସେ ହେଲେ ବଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ମଧୁବାଲା ।

ବଲିଉଡ଼ର ପ୍ରଖ୍ୟାତ ଅଭିନେତ୍ରୀ ମମତାଜ ଜେହାନ ବେଗମ୍ ଦେହଲାଭୀ ଯାହାଙ୍କୁ ମଧୁବାଲା ନାଁରେ ସମସ୍ତେ ଜାଣନ୍ତି । ତାଙ୍କ ହରିଣୀ ଆଖି ଆଉ ହସକୁରୀ ମୁହଁଟି ସମସ୍ତଙ୍କୁ ପସନ୍ଦ । ୧୪ ବର୍ଷରୁ ଅଭିନୟ ଜଗତରେ ଯାତ୍ରା ଆରମ୍ଭ କରିଥିଲେ ସେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ନୀଲ କମଲ’ । ପ୍ରଥମ ଥର ପାଇଁ ରାଜ କପୁରଙ୍କ ବିପକ୍ଷରେ ମଧୁବାଲା ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ । ଏପରି ଏକ ଲୋକପ୍ରିୟ ଅଭିନେତ୍ରୀଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ତିଆରି କରାଯିବ ବୋଲି ତାଙ୍କ ଭଉଣୀ ମଧୁର ବ୍ରୁଜ୍ ଭୂଷଣ ସୂଚନା ଦେଇଛନ୍ତି ।

madhubala

ମାତ୍ର ୩୬ ବର୍ଷ ବୟସରେ ମଧୁବାଲାଙ୍କ ଅକାଳ ବିୟୋଗ ହେବା ଯୋଗୁଁ ବଲିଉଡ଼ ଜଗତ ଏକ ସୁନ୍ଦରୀ କଳାକାରଙ୍କୁ ହରାଇଥିଲା । ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ମିଷ୍ଟର ଆଣ୍ଡ ମିସେସ୍ ୫୫, ଅମର, ବରସାତ୍ କୀ ରାତ, ଚଲତି କା ନାମ ଗାଡି ପରି ଫିଲ୍ମ ଆଜି ବି ଦର୍ଶକଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରୁଛି । ତେବେ ମଧୁବାଲାଙ୍କ ଚରିତ୍ର ପାଇଁ ନାୟିକା ଖୋଜା ଚାଲିଥିଲେ ମଧ୍ୟ କୀର୍ତ୍ତି ସାନନ ଓ ସୋନାକ୍ଷୀ ସିହ୍ନା ପରି ନାଁ ଶୁଣାଯାଉଥିଲେ ମଧ୍ୟ ମାଧୁରୀ ଦୀକ୍ଷିତଙ୍କ ନାଁ କୁ ନେଇ ଅଧିକ ଚର୍ଚ୍ଚା ହେଉଛି ।

Madhuri-Dixit-and-Madhubala

ଫିଲ୍ମର ପ୍ରଯୋଜନା କରିବା ପାଇଁ ସ୍ଥିର କରାଯାଇ ନଥିବାବେଳେ ନିର୍ଦ୍ଦେଶକ ନାଁ ମଧ୍ୟ ଶୁଣାଯାଉନାହିଁ । ଏ ବିଷୟରେ ମଧ୍ୟ ମଧୁର ବ୍ରୁଜ୍ କିଛି ସୂଚନା ଦେଇନାହାନ୍ତି । ତେବେ ମଧୁବାଲାଙ୍କ ଚରିତ୍ର ପାଇଁ ମାଧୁରୀ ଦୀକ୍ଷିତ୍ ଉପଯୁକ୍ତ ହେବେ ବୋଲି ମଧୁର ବ୍ରୁଜ୍ କହିଛନ୍ତି । ଏ ବିଷୟରେ ସେ ମାଧୁରୀଙ୍କ ସହ ଯୋଗାଯୋଗ କରିବେ । ନିକଟରେ ରିଲିଜ ହୋଇଥିବା ଫିଲ୍ମ ରଣବୀରଙ୍କ ଅଭିନୀତ ‘ସଞ୍ଜୁ’ ଯେପରି ସଞ୍ଜୟ ଦତ୍ତଙ୍କ ଜୀବନର କାହାଣୀକୁ ନିଖୁଣ ରୂପେ ଅଭିନୟ କରିଛନ୍ତି ସେହିପରି ମଧୁବାଲାଙ୍କ ଜୀବନ କାହାଣୀକୁ ମଧ୍ୟ ମାଧୁରୀ ନିଖୁଣ ଭାବେ ଦେଖାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More