Only for Entertainment

ଆସିଲେ ଓ ଛେଚି ଦେଇଗଲେ, ଇନ୍ଦୋର ଟୋଲ ବୁଥରେ ଅଭାବନୀୟ ଘଟଣା,ଭିଡ଼ିଓ ଭାଇରାଲ

hindirush
63

ସାରା ଦେଶରେ ନୂଆ ମୋଟର ଭେହିକିଲ ଆକ୍ଟ ଲାଗୁ ହୋଇ ସାରିଛି । ଭାରି ମୂଲ୍ୟର ରକମ କଟା ଯାଉଥିବାରୁ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । କେଉଁଠାରେ ୨୭ ହଜାର ଟଙ୍କାର ଚାଲାଣ କରାଯାଉଛି ତ କେଉଁଠାରେ ୮୭ ହଜାର, ଆଉ କେତେବେଳେ ୧୩ ହଜାର । ଯାହାର ପ୍ରଭାବ ସଡ଼କ ଉପରେ ଦେଖିବାକୁ ମିଳୁଛି । ସବୁ ବଦଳୁଛି, କିନ୍ତୁ ଯାହା ବଦଳୁନାହିଁ ତାହା ହେଉଛି ଟୋଲ ପ୍ଲାଜାରେ ଗୁଣ୍ଡାଗର୍ଦ୍ଦି । ଜବରଦସ୍ତି କରିବା ଏବଂ ବିନା ଟଙ୍କାରେ ଚାଲିଯିବା ଭଳି ଅଭାବନୀୟ ଘଟଣା ଘଟୁଛି ।

 


ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ସାମ୍ନାକୁ ଆସିଥିବା ଭିଡ଼ିଓରେ ଦେଖିବାକୁ ମିଳିଛିଯେ ଦୁଇଜଣ ଲୋକ ଟୋଲ ବୁଥ ମଧ୍ୟରେ ପଶି କର୍ମଚାରୀଙ୍କୁ ଛେଚି ପକାଉଛନ୍ତି ।

ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଟୋଲ ପ୍ଲାଜା ହେଉଛି ମହାକାଳେଶ୍ୱର । ଟୋଲ ଚାର୍ଜକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତି ହେଉଛି, ଯାହାପରେ ସେଠାରେ ପ୍ରବେଶ କରି କର୍ମଚାରୀଙ୍କୁ ଦୁଇ ଜଣ ଖୁବ ପିଟୁଛନ୍ତି । ତେବେ ଏହି ପୂରା ଘଟଣା ସିସିଟିଭରେ କଏଦ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More