Only for Entertainment

କୁକୁଡା ବିରୋଧରେ ଅଭିଯୋଗ ଆସିବାରୁ କାନ୍ଦିବାକୁ ଲାଗିଲେ ମାଲିକାଣୀ, କହିଲେ…

ndtv
32

ମଧ୍ୟପ୍ରଦେଶର ଶିବପୁରୀରେ ଏକ ଅନୋଖା ମାମଲା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ମହିଳା କୁକୁଡା ବିରୋଧରେ ଅଭିଯୋଗ କରିବା ପାଇଁ ପୋଲିସ ଷ୍ଟେସନରେ ପହଁଚିଥିଲେ । ଅଭିଯୋଗ ହେବା ପରେ ଥାନା ଅଧିକାରୀ କୁକୁଡା ଏବଂ ତାର ମାଲିକକୁ ଥାନାକୁ ଡକାଇଥିଲେ । ପୋସିସ ଷ୍ଟେସନରେ ପହଁଚିବା ପରେ କୁକୁଡାର ମାଲିକାଣୀ କୁକୁଡାକୁ ଛାଡି ଦେବା ପାଇଁ ନେହୁରା ହୋଇ କାନ୍ଦିଥିଲେ । ଆପଣ ଭାବୁଥିବା କୁକୁଡା ଏମିତି କ’ଣ କଲା ଯେ ତା ନାମରେ ଅଭିଯୋଗ ଆସିଲା ?

ଅସଲରେ ଘଟଣାଟି ହେଉଛି, ପୁନମ ନାମକ ଜଣେ ମହିଳା ଥାନାରେ ପହଁଚି ଅଭିଯୋଗ କରିଥିଲେ ଯେ ଗୋଟିଏ କୁକୁଡା ତାଙ୍କ ପୁଅ ଉପରକୁ ଝାମ୍ପ ମାରି ତାକୁ ଖୁମ୍ପି ଦେଇଛି । ଏହି କୁକୁଡାକୁ ତାଙ୍କ ପଡୋଶୀ ପାଳୁଛନ୍ତି ବୋଲି ମଧ୍ୟ ଥାନାରେ ସେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଏହା ଶୁଣିବା ପରେ କୁକୁଡା ଏବଂ ତାର ମାଲିକୁ ଥାନାକୁ ଡକାଇଥିଲେ । ଥାନାରେ କୁକୁଡାକୁ ଦଣ୍ଡ ମିଳିବା କଥା ଶୁଣି କୁକୁଡାର ମାଲିକାଣୀ ଲକ୍ଷ୍ମୀ ଜୋର ଜୋରରେ କାନ୍ଦିବାକୁ ଲାଗିଥିଲେ । ପୋଲିସ ଅଧିକାରୀଙ୍କ ପାଖରେ ଗୁହାରୀ କରିଥିଲେ ଯେ, ମୁଁ ଏହି କୁକୁଡାକୁ ନିଜ ଛୁଆ ପରି ପାଳିଛି । ମୋତେ ଜେଲରେ ବନ୍ଦ କରିଦିଅ ପଛେ ତାକୁ ଛାଡି ଦିଅ ।


ପୁନମ ଅଭିଯୋଗ କରିଥିଲେ ଯେ, କୁକୁଡାଟି ୩ଥର କାଟିବାରୁ ତାଙ୍କୁ ବାଧ୍ୟ ହୋଇ ଥାନାକୁ ଆସିବାକୁ ପଡିଲା । ସେ କହିଥିଲେ ଯେ ଆଉ ଥରେ ଯେପରି କୁକୁଡା ମୋ ପୁଅକୁ ନ କାମୁଡେ । ଏହା ପରେ କୁକୁଡାର ମାଲିକ ପୁନମଙ୍କୁ କ୍ଷମା ମାଗିଥିଲେ । ପୋଲିସ ବୁଝାସୁଝା କରିବା ପରେ ପୁନମ ମାନିଥିଲେ ଏବଂ କୁକୁଡା ବିରୋଧରେ ଅଭିଯୋଗ ଫେରାଇନେଇଥିଲେ । ଏହା ସହିତ କୁକୁଡାର ମାଲିକ କୁକୁଡାକୁ ପିଞ୍ଜରାରେ କିମ୍ବା ବାନ୍ଧିକି ରଖିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଘଟଣା ଏବେ ସେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More