Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଗି ବର୍ଗର

jfwonline
0 51

ବର୍ଗର ନାଁ ଶୁଣିଲେ ସମସ୍ତଙ୍କ ମୁହଁରେ ପାଣି ଆସିଯାଏ । ଯଦି ଆପଣଙ୍କର ବର୍ଗର ଖାଇବା ପାଇଁ ଇଚ୍ଛା ହୋଉଥାଏ ତେବେ ବଜାରରୁ ଆଣିବା ବଦଳରେ ଏହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ମ୍ୟାଗି ବର୍ଗରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…

ସାମଗ୍ରୀ-

କିମା ଚିକେନ- ୫୦୦ ଗ୍ରାମ
ପିଆଜ- ୮୫ ଗ୍ରାମ
ରସୁଣ- ୨ ଚାମଚ
ଗୋଲମରିଚ- ୨ ଚାମଚ
ଲୁଣ- ୨ ଚାମଚ
କଂଚା ଲଙ୍କା- ୧ ଚାମଚ
ଅଣ୍ଡା- ୨ଟି
ଲୁଣ- ୧/୪ ଚାମଚ
ସିଝା ମ୍ୟାଗି- ୫୦୦ ଗ୍ରାମ
ତେଲ- ଛାଣିବା ପାଇଁ
ପତ୍ର କୋବି
ଟମାଟ ସ୍ଲାଇସ
କେଚପ

ପ୍ରଣାଳୀ-

– ସର୍ବ ପ୍ରଥମେ ଏକ ପାତ୍ରରେ ୫୦୦ ଗ୍ରାମ କିମା ଚିକେନ, ୮୫ଗ୍ରାମ ପିଆଜ, ୨ ଚାମଚ ରସୁଣ, ୨ ଚାମଚ ଗୋସମରିଚ, ୨ ଚାମଚ ଲୁଣ, ୧ ଚାମଚ କଂଚା ନେଇ ଭଲ ଭାବେ ମିଶାଇ ୩୦ ମିନିଟ ପର୍ଯ୍ୟନ୍ତ ମ୍ୟାରିନେଟ ହେବାପାଇଁ ରଖିଦିଅନ୍ତୁ ।

– ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ ୨ ଟି ଅଣ୍ଡା, ୧/୪ ଚାମଚ ଲୁଣ, ୧/୪ ଚାମଚ ଗୋଲମରିଚ ଗୁଣ୍ଡକୁ ଭଲ ଭାବେ ମିଶାଇ ୫୦୦ ଗ୍ରାମ ସିଝା ମ୍ୟାଗିକୁ ପକାଇ ଭଲ ଭାବେ ମିଶାଇ ରଖନ୍ତୁ ।

– ଏହାପରେ ପ୍ୟାନରେ ତେଲ ଗରମ କରି ସେଥିରେ ଗୋଲ ଆକାରର ଷ୍ଟିଲ ମୋଲ୍ଡ ରଖନ୍ତୁ । ଏଥିରେ ମ୍ୟାଗି ମିଶ୍ରଣ ଦିଅନ୍ତୁ ।

– ବର୍ତ୍ତମାନ ମୋଲ୍ଡ ବାହାର କରି ଏହାକୁ ଗୋଲଡେନ ରଙ୍ଗ ହେବା ଫ୍ରଏ କରି ମ୍ୟାଗିକୁ ବାହାର କରନ୍ତୁ ।

– ଏହାପରେ ଚିକେନ ମିଶ୍ରଣକୁ ହାତରେ ନେଇ ଗୋଲ ଆକାର କରି ତେଲ ଗରମ ହେବା ପରେ ଗୋଲଡେନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ ।

– ବର୍ତ୍ତମାନ ଛଣା ହୋଇଥିବା ମ୍ୟାଗି ନେଇ ଏହା ଉପରେ ପତ୍ରକୋବି, ଟମାଟୋ ସ୍ଲାଇସ ରଖି ଏହା ଉପରେ ଛଣା ହୋଇଥିବା ଚିକେନ ରଖନ୍ତୁ ।

– ଏହା ଉପରେ କେଚପ ଦେଇ ଆଉ ଏକ ଛଣା ହୋଇଥିବା ମ୍ୟାଗି ଦେଇ କଭର କରନ୍ତୁ ।

– ପ୍ରସ୍ତୁତ ହୋଇଗଲା ଆପଣଙ୍କର ମ୍ୟାଗି ବର୍ଗର । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More