Only for Entertainment

ବିବେକଙ୍କ ପାଇଁ ମହଙ୍ଗା ପଡ଼ିଲା ଐଶ୍ୱରୀୟାଙ୍କ ମିମ ଶେୟାର କରିବା, ମହିଳା ଆୟୋଗରେ ଅଭିଯୋଗ ଦାଖଲ ।

bollywood tadka
38

ଲୋକସଭା ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ସମାପ୍ତ ହେବାପରେ ସମସ୍ତଙ୍କ ନଜର ରହିଛି ୨୩ ତାରିଖ ଭୋଟ ଗଣତି ଉପରେ । ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ପ୍ରତିକ୍ରିୟା ଦେଖାଯାଉଛି । ଏହା ମଧ୍ୟରେ କେହି କେହି ମଜାଳିଆ ପରିବେଶ ମଧ୍ୟ ସୃଷ୍ଟି କରୁଛନ୍ତି । ଏହି ମଧ୍ୟରେ ବିବେକ ଓବରୟ ମଧ୍ୟ ଏକ ମଜାଳିଆ ମିମ ଶେୟାର କରିଛନ୍ତି, ଯାହାକୁ ଆମେ ଆପଣଙ୍କ ସହିତ କିଛି ସମୟ ପୂର୍ବରୁ ଶେୟାର କରିଥିଲୁ । କିନ୍ତୁ ବିବେକଙ୍କ ଏହି ମଜାକ କିଛି ଫ୍ୟାନ୍ସଙ୍କୁ ପସନ୍ଦ ଆସିନାହିଁ । ସୋସିଆଲ ମିଡିଆରେ ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେହି କେହି ଏହାକୁ ଘଟିୟା ବୋଲି ଲେଖିଛନ୍ତି ।

ଇଣ୍ଡିଆନ ବ୍ୟାଟମିଂଟନ ପ୍ଲେୟାର ଏହାକୁ ନିରାଶଜନକ ବୋଳି କହିଛନ୍ତି । ମହାରାଷ୍ଟ୍ରର ନେସନାଲ କଂଗ୍ରେସ ପାର୍ଟି ଏହାକୁ ନେଇ ଆପତ୍ତି ଦେଖାଇଛନ୍ତି । ଯେଉଁଥିରେ ଲେଖାଅଛିଯେ ଜଣେ ପଦ୍ମଶ୍ରୀ ସମ୍ମାନିତାଙ୍କ ପାଇଁ ଏଭଳି କିପରି ଲେଖାଯାଇପାରେ । ଏଏନଆଇ ଲେଖିଛିଯେ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ ଏହା ଉପରେ ତଦାରଖ କରିବ । କିଛି ଲୋକ ମଧ୍ୟ ବିବେକଙ୍କ ଟ୍ୱିଟରେ ନାରାଜ ହୋଇ ଯାଇଛନ୍ତି । କାରଣ ସେ ଏବେ ବିବାହିତା ଏବଂ ଏକ ପ୍ରତିଷ୍ଠିତ ପରିବାରର ବୋହୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More