Only for Entertainment

ଟ୍ରେନରେ ଯମଜ ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା, ଅଧଘଣ୍ଟା ପାଇଁ ଅଟକିଲା ଟ୍ରେନ ।

ndtv
0 45

ରବିବାର ମୁମ୍ବାଇ ବିଶାଖାପାଟଣା ଏକ୍ସପ୍ରେସରେ ଜଣେ ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହି ଘଟଣା ରବିବାର ସକାଳ ୮ଟା ସମୟରେ ହୋଇଥିଲା । ଟ୍ରେନଟି ମୁମ୍ବାଇର କଲ୍ୟାଣ ଷ୍ଟେସନ ନିକଟରେ ପହଞ୍ଚିବା ପରେ ସଲମା ତବସୁମ ଶେଖ (୩୦)ଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ସଙ୍ଗେସଙ୍ଗେ ଷ୍ଟେସନ ସ୍ଥିତ ରେଲୱେ ପୁଲିସକୁ ଖବର ଦିଆଯାଇଥିଲା । ଏହାପରେ ମହିଳା ପୁଲିସଙ୍କର ସାହାଯ୍ୟ କ୍ରମେ ସଲମାଙ୍କର ଯାଆଁଳା ଶିଶୁ ଜନ୍ମ ହୋଇଥିଲେ ।


ଏଥି କାରଣରୁ ଟ୍ରେନଟି କଲ୍ୟାଣ ଷ୍ଟେସନରେ ଅଧ୍ୟଘଣ୍ଟା ଯାଏଁ ଅଟକିଥିଲା । ପିଲା ଦୁଇଟି ଜନ୍ମ ହେଲାପରେ ମା’ଙ୍କୁ ଟ୍ରେନରୁ ବାହାରକୁ ଅଣାଯାଇ ହସ୍ପିଟାଲ ପଠାଯାଇଥିଲା । ଏବେ ମା’ ଏବଂ ଦୁଇ ଛୁଆଙ୍କର ଅବସ୍ଥା ସୁସ୍ଥ ରହିଛି । ଖବର ଅନୁସାରେ ତାଙ୍କର ପରିବାର ଘାଟକୋପର ଗୌସିଆ ମସଜିଦ ପାଖରେ ଏକ କଲୋନୀରେ ରହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More