Only for Entertainment

ରିଲିଜ ହେଲା ‘ଦ ଜୋୟା ଫ୍ୟାକ୍ଟର’ର ରେମାଣ୍ଟିକ ଗୀତ ମାହେରୁ, ଦେଖନ୍ତୁ

Latestly
60

ଆଗାମୀ ବଲିଉଡ୍ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ରୋମାଂଟିକ୍ ଗୀତ – ‘ମାହେରୁ’ ମୁକ୍ତିଲାଭ କରିଛି । ଫିଲ୍ମର ଲିଡ୍ ଷ୍ଟାର୍ ସୋନମ୍ କପୁର୍ ଓ ସାଉଥଷ୍ଟାର ଦଲକର୍ ସଲ୍ମାନ୍ଙ୍କ ଭିତରେ ରୋମାନ୍ସକୁ ସ୍ଥାନ ଦିଆ ଯାଇଛି ଏହି ଗୀତରେ । ପ୍ରଥମ ଥର ପାଇଁ ପରଦାରେ ଏକାଠି ଅଭିନୟ କରୁଛନ୍ତି ସୋନମ୍ ଓ ଡଲକର୍ । ଅମିତାଭ ଭଟ୍ଟାଚାର୍ଯ୍ୟାଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ଶଙ୍କର ଏହେସାନ ଲୟ । ଗୀତରେ ସ୍ଥାନ ପାଇଛି ୟାସିର୍ ଦେଶାଇଙ୍କ ଆକର୍ଷଣୀୟ ଗାୟିକୀ । ଫିଲ୍ମଟିରେ ଡଲକର୍ ଜଣେ କ୍ରିକେଟ୍ ତାରକା ଚରିତ୍ରରେ ଅଭିନୟ କରିଥିବାବେଳେ ସୋନମ୍ କପୁରଙ୍କୁ କ୍ରିକେଟ୍ ଟିମର ଲକି ଚାର୍ମ ଜୋୟା ଦେବୀ ଭାବେ ଦେଖିବାକୁ ମିଳିବ । ଦ ଜୋୟା ଫ୍ୟାକ୍ଟରର ନିର୍ଦ୍ଦେଶନା ଅଭିଶେକ ଶର୍ମା ଦେଇଥିବାବେଳେ, ସେପ୍ଟେମ୍ବର ୨୦ରେ ଏହା ରିଲିଜ ହେବ ।

‘ଦ ଜୋୟା ଫ୍ୟାକ୍ଟର’ର କାହାଣୀ ବିଷୟରେ କହିବାକୁ ଗଲେ ଫିଲ୍ମରେ ଜୋୟା ନାମକ ଏକ ଲକି ଗର୍ଲ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସୋନମ୍ କପୁର୍ । ଯିଏ କି ସମସ୍ତଙ୍କ ପାଇଁ ଲକି ଚାର୍ମ ହୁଏ । ଆଉ ତାକୁ ଭଲ ପାଇ ବସେ ଭାରତୀୟ କ୍ରିକେଟ୍ ଦଳର କ୍ୟାପ୍ଟେନ୍ । ଯେଉଁ ଚରିତ୍ରକୁ ତୁଲାଉଛନ୍ତି ଦଲକର୍ ସଲମାନ୍ । ଏମିତି ଏକ ୟୁନିକ୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଦ ଜୋୟା ଫ୍ୟାକ୍ଟର୍’ର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More