Only for Entertainment

ଫିଲ୍ମ ଜଗତର ଖ୍ୟାତନାମା ଗୁଣ୍ଡା ମହେଶ ଆନନ୍ଦଙ୍କ ପରଲୋକ ।

abp news
38

ଆଜି ଏହି ଦୁନିଆରୁ ବିଦାୟ ନେଇଛନ୍ତି ଫିଲ୍ମ ଜଗତର ଜଣେ ପ୍ରସିଦ୍ଧ ବ୍ୟକ୍ତି । ଯିଏ ଏକାଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରି ପାରିଥିଲେ । ୯୦ ଦଶକର ଖ୍ୟାତନାମା ଭିଲିଆନ୍ ମହେଶ ଆନନ୍ଦଙ୍କର ଶନିବାର ସଂଧ୍ୟାରେ ନିଧନ ହୋଇଛି। ସେ ୫୭ ବର୍ଷର ଥିଲେ ଏବଂ ସେ ୟାରୀ ରୋଡ ସ୍ଥିତ ନିଜର ଘରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ‘ମଜବୁର’, ଶହେନଶାହ’ ଏବଂ ‘ବିଶ୍ଵାତ୍ମା’ ପରି ଫିଲ୍ମରେ ଭିଲିଆନ୍ ଭାବେ କାମ କରିସାରିଛନ୍ତି। ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ଜଣାପଡ଼ିନାହିଁ। କିନ୍ତୁ ସେ ବହୁତ ସମୟରୁ ଆର୍ଥିକ ସଂଙ୍କଟର ସମ୍ମୁଖୀନ ହୋଇଥିଲେ। .ରିପୋର୍ଟ ଅନୁସାରେ

ତାଙ୍କ ମୃତ୍ୟୁ କାର୍ଡ଼ିଆକ ଆରେଷ୍ଟ କାରଣରୁ ହୋଇଛି।  ମହେଶ ଆନନ୍ଦ ଗତ ପ୍ରାୟତଃ ୧୮ ବର୍ଷ ହେବ ଫିଲ୍ମ ଦୁନିଆରୁ ଦୂରରେ ଥିଲେ। ଏଥିପାଇଁ ସେ ଆର୍ଥିକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥିଲେ। ସେ ଅମିତାଭ ବଚ୍ଚନ ଏବଂ ଗୋଵିନ୍ଦାଙ୍କର ଫିଲ୍ମରେ ମଧ୍ୟ ଭିଲେନ ର ରୋଲ କରିଛନ୍ତି।

ଆନନ୍ଦ ଅମିତାଭ ବଚ୍ଚନ, ଗୋବିନ୍ଦା, ସଂଜୟ ଦତ୍ତଙ୍କ ପରି ଅଭିନେତାମାନଙ୍କ ସାଥିରେ କାମ କରିଛନ୍ତି। ସେ ଅଭିନୟ କରିତିବା ସିନେମା ଗୁଡ଼ିକ ମମଧ୍ୟରେ ଗଙ୍ଗା ଯମୁନା ସରସ୍ଵତୀ ଏବଂ ଶାହଂଶାହ (୧୯୮୮), ମଜବୂର (୧୯୮୯), ଥାନେଦାର (୧୯୯୦), ବେତାଜ ବାଦଶାହ (୧୯୯୪), କୁଲୀ ନଂ.୧ (୧୯୯୫), ବିଜେତା (୧୯୯୬), ଲାଲ ବାଦଶାହ, ଆୟା ତୋଫାନ (୧୯୯୯)। ବାଗୀ ଏବଂ କୁରୁକ୍ଷେତ୍ର (୨୦୦୦), ପ୍ୟାର କିୟା ନେହିଁ ଜାତା (୨୦୦୩) ପରି ଫିଲ୍ମରେ କାମ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More