ଦୀପିକାଙ୍କ ପରେ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ଲାଗିଲା ଏହି ସୁପରଷ୍ଟାରଙ୍କ ମହମ ମୂର୍ତ୍ତି
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ମହମ ମୂର୍ତ୍ତିର ଉଦଘାଟନ ନିକଟରେ କରାଯାଇଛି । ସିଙ୍ଗାପୁରର ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ମହେଶ ବାବୁଙ୍କ ମହମ ମୂର୍ତ୍ତିର ଅନାବରଣ କରାଯାଇଛି । ଏହି ଅବସରରେ ଅଭିନେତା ଖୁବ ଖୁସି ନଜର ଆସିଥିଲେ । ମଦେଶ ବାବୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମହମ ମୂର୍ତ୍ତି ସହିତ ନିଜ ଫଟୋକୁ ସେୟାର କରିଛନ୍ତି । ମହେଶ ବାବୁଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
My first reaction was… Wow!!!
Quite freaky in a way looking at another Me!! Can’t get more real than this… Hats off to the artistry & detailing by the @MTsSingapore team. It’s unbelievably close to life. pic.twitter.com/jE5nv1DEYo— Mahesh Babu (@urstrulyMahesh) March 25, 2019
Thanks a lot to @MTsSingapore team for unveiling the figure in my own city & my country amidst my family, friends & fans. Extremely happy with the response & love, each one has showered on me. I’m very happy, overwhelmed and grateful?? pic.twitter.com/m7Lmmelqnf
— Mahesh Babu (@urstrulyMahesh) March 25, 2019
ପିଙ୍କଭିଲ୍ଲାକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ମହେଶ ବାବୁ କହିଥିଲେ, ଏହା ଖୁବ ରିଅଲ, ମୁଁ ଏହାକୁ ଦେଖି ଆôତବିଭୋନର ହୋଇଗଲି । ପୁରା ଟିମକୁ ମୋର ସଲାମ । ମୋ ଫ୍ୟାନ୍ସଙ୍କ ସାମ୍ନାରେ ଏହି ପ୍ରତିମାର ଭବ୍ୟ ଅନାବରଣ ମୋ ପାଇଁ କୌଣସି ସ୍ୱପ୍ନ ଠାରୁ କମ ନଥିଲା । ମୁଁ ମ୍ୟାଡାମ ତୁଷାଦର ପୁରା ଟିମଙ୍କୁ ଧନ୍ୟବାଦ ଜଣାଉଛି ।