Only for Entertainment

ଝିଅ ଆଲିଆଙ୍କ ପ୍ରେମକୁ ସ୍ୱିକୃତୀ ଦେଲେ ମହେଶ ଭଟ୍ଟ, କହିଲେ ଏହି କଥା ।

indianexpress
33

ଗତ କିଛି ଦିନ ଧରି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଆସିଛି । ଏହା ମଧ୍ୟ କୁହାଯାଉଛି ଯେ, ଆସନ୍ତା ବର୍ଷ ସେମାନେ ବିବାହ କରିବେ । ଏହି ପରିପ୍ରେକ୍ଷୀରେ ମହେଶ ଭଟ୍ଟ ମଧ୍ୟ ଝିଅ ଆଲିଆ ରଣବୀରଙ୍କୁ ପ୍ରେମ କରୁଥିବା ବିଷୟକୁ ଖୋଲାଖୋଲି କହିଛନ୍ତି । ପୂର୍ବରୁ ସମସ୍ତେ ଅପେକ୍ଷା କରିଥିଲେ ଯେ, ଏହି ସମ୍ପର୍କକୁ ମହେଶ କିପରି ସମର୍ଥନ କରୁଛନ୍ତି । ନିକଟରେ ଏକ ସାକ୍ଷାତକାରରେ ମହେଶ କହିଥିଲେ ଯେ, ତାଙ୍କ ଝିଅ କୌଣସି ଜଣେ ବଲିଉଡ ହିରୋଙ୍କୁ ଡେଟ୍‍ କରୁଛନ୍ତି । ଆଉ ମଧ୍ୟ କହିଥିଲେ ଝିଅ ଆଲିଆ ଏବେ ପ୍ରେମରେ ।

Alia-Bhatt-and-Ranbir-Kapoor

ଆଲିଆଙ୍କ ପସନ୍ଦ ରଣବୀର ବୋଲି ମହେଶ ସୂଚନା ଦେବା ସହ ଉଲ୍ଲେଖ କରିଥିଲେ ଯେ, ରଣବୀର ଜଣେ ଭଲ ଯୁବକ । ମୋର ମଧ୍ୟ ରଣବୀର ପସନ୍ଦ ଅଟନ୍ତି । ତେବେ ସେମାନେ ସେମାନଙ୍କ ସମ୍ପର୍କକୁ କିପରି ଆଗକୁ ନେଉଛନ୍ତି ତାହାର ନିଷ୍ପତି ସେମାନଙ୍କୁ ନେବାକୁ ପଡିବ । ଉଭୟଙ୍କ ବିବାହ ସମ୍ପର୍କରେ ମହେଶ କହିଥିଲେ ଯେ, ସେହି ଦୁଇଜଣ କୋର୍ଟ ମ୍ୟାରେଜ କରିବାକୁ ଚାହୁଁଛନ୍ତି କିମ୍ବା ଅନ୍ୟ ପ୍ରକାରର ବିବାହା ତାହା ମୁଁ କହିପାରିବି ନାହିଁ । ତେବେ ଏହା ସେମାନଙ୍କ ଉପରେ ନିର୍ଭର କରୁଛି, ସେମାନେ ନିଜ ଜୀବନର ଶୁଭାରମ୍ଭକୁ କିପରି କରୁଛନ୍ତି ଓ ଆଗକୁ ନେଉଛନ୍ତି । ଏବେ କୁହାଯାଉଛି ଯେ, ଆଲିଆ ଖ୍ରୀଷ୍ଟମାସ ଉତ୍ସବ ରଣବୀରଙ୍କ ବାପା-ମାଆଙ୍କ ସହ ଆମେରିକାରେ ମନାଇବେ । ସୂଚନାଯୋଗ୍ୟ ଯେ, ରଣବୀରଙ୍କ ପରିବାର ଆଲିଆଙ୍କୁ ବେଶ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More