Only for Entertainment

ମହେଶ ଭଟ୍ଟଙ୍କ ହତ୍ୟା ପାଇଁ ସୁପାରୀ ନେଇଥିବା ଲୋକଙ୍କୁ ମିଳିଲା ଦଣ୍ଡ ।

bollywood tadka
0 42

ମୁମ୍ବାଇର ଖାସ ମକୋକା କୋର୍ଟ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ରବି ପୂଜାରୀ ଗ୍ୟାଙ୍ଗର ୧୦ ଜଣ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଘୋଷଣା କରିଛନ୍ତି । ବଲିଉଡରେ ରବି ଗ୍ୟାଙ୍ଗ୍ର ଆତଙ୍କ ବହୁ ସମୟ ଧରି ରହିଛି ଏବଂ କେତେକ ପ୍ରସିଦ୍ଧ ବଲିଉଡ ଲୋକଙ୍କୁ ଧମକାଇ ଟଙ୍କା ନେଉଥିବା ମଧ୍ୟ ଆରୋପ ରହିଛି ।

ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଏବଂ ନିର୍ମାତା ମହେଶ ଭଟ୍ଟଙ୍କ ହତ୍ୟା ଷଡ଼ଯନ୍ତ୍ର ରଚା ଯାଇଥିଲା । ଏହା ବିଶ୍ୱାସ କରିବା ଖୁବ କଷ୍ଟସାଧ୍ୟ କିନ୍ତୁ ଏହା ସତ୍ୟ । କାରଣ ଏହି ସମ୍ବଦ୍ଧରେ ମୁମ୍ବାଇର ଖାସ ମକୋକା କୋର୍ଟ ଡନ ରବି ପୂଜାରୀକୁ ଦଣ୍ଡ ଘୋଷଣା କରିଛନ୍ତି ।

ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟ ସର୍ବଦା ଗମ୍ଭୀର ଖବର ଉପରେ ମତବ୍ୟକ୍ତ କରନ୍ତି ,ଯେଉଁ କାରଣରୁ ଅଧିକାଂଶ ଥର ତାଙ୍କୁ ଧମକ ମଧ୍ୟ ଦିଆଯାଇଛି । ୨୦୧୪ରେ ରବି ପୂଜାରୀର ଇସାରାରେ ମହେଶ ଭଟ୍ଟଙ୍କ ହତ୍ୟା ଷଡ଼ଯନ୍ତ୍ର ରଚା ଯାଇଥିଲା । କିନ୍ତୁ ମୁମ୍ବାଇ କ୍ରାଇମ ବ୍ରାଂଚ ତାଙ୍କ ପ୍ଲାନ ଫେଲ କରି ଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More