Only for Entertainment

୨୨ ବର୍ଷ ପରେ ଏଭଳି ଦେଖା ଯାଉଛନ୍ତି ମହିମା ଚୌଧରୀ । ଏୟାରପୋର୍ଟରେ ନଜର ଆସିଲା ଫ୍ୟାଟ ଟୁ ଫିଟ ଲୁକ ।

bollywood tadka
49

ବଲିଉଡ ଅଭିନେତ୍ରୀ ମହିମା ଚୌଧରୀ ୨୨ ବର୍ଷ ପୂର୍ବରୁ ଫିଲ୍ମ ପରଦେଶ’ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିଥିଲେ ଶାହାରୁଖ ଖାନ । ନିକଟରେ ମହିମାଙ୍କୁ ଦୀର୍ଘ ସମୟ ପରେ ଏୟାରପୋର୍ଟରେ ସ୍ପଟ କରାଯାଇଛି ।
ମହିମା କଳା ରଙ୍ଗର ଜମ୍ପସୁଟ ପିନ୍ଧି ଖୁବ ଗ୍ଲାମରସ ନଜର ଆସିଛନ୍ତି ।

କିଛିଦିନ ପୂର୍ବରୁ ମହିମାଙ୍କ କିଛି ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ତାଙ୍କୁ ଚିହ୍ନିବା ଖୁବ କଷ୍ଟ ହୋଇ ଯାଇଥିଲା । ସେହି ଫଟୋରେ ମହିମାଙ୍କ ଓଜନକୁ ନେଇ ଲୋକ ଖୁବ ମଜାକ ଉଡ଼ାଇଥିଲେ । ପରେ ସେ ନୀରବତା ଭାଙ୍ଗି ଲେଖିଥିଲେଯେ ଅବଶୋଷ ହେଉଛିଯେ ବଲିଉଡରେ ଆମ ବୟସର ମହିଳାଙ୍କ ପାଇଁ ସ୍କ୍ରିପ୍ଟ ଲେଖାଯାଉନାହିଁ । ଏହା ସହିତ ସେ ଲେଖିଥିଲେଯେ ସେ ସିଙ୍ଗଲ ମଦର ଥିଲେ ଏବଂ ତାଙ୍କ ଝିଅ ଖୁବ ଛୋଟ ଥିଲା । ତେଣୁ ପିଲାଙ୍କୁ ଛାଡ଼ି ସୁଟିଂକୁ ଯିବା ସମ୍ଭବ ନଥିଲା ।

କହିରଖୁଛୁଯେ ମହିମା ବିବାହର ଅଳ୍ପ ଦିନ ପରେ ଗର୍ଭବତୀ ଥିବା ଘଟଣା ସାମ୍ନାକୁ ଆସିଥିଲା, ଯାହାପରେ ଏହି କଥା ଖେଳିଗଲାଯେ ମହିଳା ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ଅବଶ୍ୟ ମହିମା ନିଜେ କେବେ ଏହି କଥାକୁ ସ୍ୱୀକାର କରିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More