Only for Entertainment

ପୁଣିଥରେ ସିଗାରେଟ ଟାଣୁଥିବାର ନଜର ଆସିଲେ ମାହିରା ଖାନ, ଦେଖନ୍ତୁ ଭିଡିଓ

DNA India
0 79

ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ କିଛି ନା କିଛି କାରଣରୁ ବର୍ତ୍ତମାନ ଚର୍ଚ୍ଚାରେ । କେତେ ବେଳେ ଫଟୋକୁ ନେଇ ତେ କେତେବେଳେ ଡ୍ୟାନ୍ସ ଭିଡିଓକୁ ନେଇ । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ରଣବୀର କପୁରଙ୍କ ସହିତ ସିଗାରେଟ ଟାଣୁଥିବା ନଜର ଆସିଥିଲେ । ଏହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଥିଲେ । କିନ୍ତୁ ଏହାକୁ ନିଜର ବ୍ୟକ୍ତିଗତ ବିଷୟ କହି କଥାକୁ ଆଡେଇ ଦେଇଥିଲେ । ଏହି ଘଟଣା ପରେ ପୁଣିଥରେ ମାହିରା ଏକ ଇଭେଣ୍ଟରେ ସିଗାରେଟ ଟାଣୁଥିବା ନଜର ଆସିଛନ୍ତି ।

 

ମାହିରାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ସେ ୱାଇଟ ବ୍ୟାକଲେସ ଡ୍ରେସରେ ଲଣ୍ଡନର ରାସ୍ତାରେ ସିଗାରେଟ ଟାଣୁଥିବା ନଜର ଆସିଥିଲେ । ଏହାକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଥିଲା । ଯାହା ଫଳରେ ତାଙ୍କୁ ସଫେଇ ମଧ୍ୟ ଦେବାକୁ ପଡିଥିଲା ।

ଭାଇରାଲ ହେଉଥିବା ମାହିରାଙ୍କ ଏହି ଭିଡିଓକୁ ଦେଖି ଲୋକେ ବିଭିନ୍ନ ମତ ଦେଇଛନ୍ତି । ସୋସିଆଲ ମିଡିଆରେ କିଛି ଲୋକ କହିଛନ୍ତି ଯେ ଆଜିର ସମାଜ ନିଶା ଆଡକୁ ଗତି କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More