Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଦହି ବ୍ରେଡ ରୋଲ

YouTube
54

ସାମଗ୍ରୀ-
ଦିହି- ୫୦୦ ଗ୍ରାମ, ପନିର- ୧୦୦ ଗରାମ, ଶିମଲା ଲଙ୍କା- ଅଧା ଚାମଚ, ଗାଜର- ଅଧା କପ, ଧନିଆ ପତ୍ର- ୨ ଚାମଚ, ଗୋଲମରିଚ- ୧/୪ ଚାମଚ, କଂଚା ଲଙ୍କା- ୨ଟି କଟା ହୋଇଥିବା, ମଇଦା- ୨ ଚାମଚ, ବ୍ରେଡ ସ୍ଲାଇସ- ୩-୪ଟି, ଲୁଣ-ସ୍ୱାଦ ଅନୁସାରେ

ପ୍ରଣାଳୀ-
ପ୍ରଥମ ଏକ ବାଉଲରେ ବ୍ରେଡ ଏବଂ ମଇଦାକୁ ଛାଡି ସମସ୍ତ ସାମଗ୍ରୀ ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହା ପରେ ବ୍ରେଡର ସାଇଡ ଗୁଡିକୁ କାଟି ହାଲକା ପାଣି ଛିଞ୍ଚି ବ୍ରେଡକୁ ବେଲନ୍ତୁ । ଏହା ପରେ ମଉଦାର ଏକ ଘୋଳ ପ୍ରସ୍ତୁତ କରନ୍ତୁ । ବ୍ରେଡରେ ପାଣି ଲଗାଯାଇଥିବା ପଟକୁ ବାହାର ପଟକୁ ରଖନ୍ତୁ । ଏବେ ବ୍ରେଡରେ ମିଶ୍ରଣକୁ ଦେଇ ରୋଲ ଆକାରର କରିନିଅନ୍ତୁ । ଏହାକୁ ମଇଦା ସାହର୍ଯ୍ୟରେ ଚିପକାଇ ଦିଅନ୍ତୁ ଯେପରି ବ୍ରେଡ ଖୋଲିବ ନାହିଁ । ଦୁଇ ପଟକୁ ମଧ୍ୟ ମୋଡି ଦିଅନ୍ତୁ । ଏହାକୁ ତେଲରେ ବ୍ରାଉନ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଦହି ବ୍ରେଡ ରୋଲ । ଏହାକୁ ଚଟଣୀ ସହିତ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More