Only for Entertainment

ଜନ୍ମାଷ୍ଟମୀରେ ପ୍ରସ୍ତୁତ କରନ୍ତୁ ଭଗବାନ କୃଷ୍ଣଙ୍କ ପ୍ରିୟ ମିଠା ପେଡା ।

Manjula's Kitchen
0 34

ଜନ୍ମାଷ୍ଟମୀରେ ଲୋକେ ଭଗବାନ କୃଷ୍ଣଙ୍କ ମନପସନ୍ଦର ଖାଇବା ଜିନିଷ ଘରେ ପ୍ରସ୍ତୁତ କରିଥାନ୍ତି । ଯଦି ଜନ୍ମାଷ୍ଟମୀରେ କିଛି ମିଠା ତିଆରି କରିବା ପାଇଁ ଭାବୁଛନ୍ତି ତେବେ ପେଡା ଠାରୁ ଭଲ ଅପସନ ଆଉ କିଛି ନାହିଁ । ଏହାକୁ ଘରେ ପ୍ରସ୍ତୁ କରିବା ଖୁବ ସହଜ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ସାମଗ୍ରୀ-
ଖୁଆ- ୨୦୦ ଗ୍ରାମ, ଚିନି- ୩ ଚାମଚ, ଗୁଜୁରାତି ପାଉଡର- ୧ ଚାମଚ, ଘିଅ- ୧ ଚାମଚ, କ୍ଷୀର- ୩ ଚାମ. ସୁଗାର ପାଉଡର- ୧ ୪ କପ, ବାଦାମ- କୋଟିଂ ପାଇଁ

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପ୍ୟାନରେ ଖୁଆ ପକାଇ ଗରମ କରନ୍ତୁ । ବର୍ତ୍ତମାନ ଏଥିରେ ଘିଅ ଏବଂ ଚିନି ପକାଇ ମିକ୍ସ କରନ୍ତୁ । ଏହାକ ମଝିରେ ମଝିରେ ଘାଣ୍ଟନ୍ତୁ ଯେପରି ଏହା ପ୍ୟାନରେ ନଲାଗେ । ଚିନି ଭଲଭାବେ ଏଥିରେ ମିଳିଗଲା ପରେ ଏବେ ଏହି ମିଶ୍ରମରେ କ୍ଷୀର ପକାଇ ୨ ମିନିଟ ରାନ୍ଧନ୍ତୁ । ଏହା ଗୋଲଡେନ ବ୍ରାଉନ ହେବା ପରେ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହା ପରେ ପ୍ୟାନକୁ ଗ୍ୟାସରୁ ଗାଢି ମିଶ୍ରଣକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ । ଏହାପରେ କିଛି ମିଶ୍ରଣ ନେଇ ପେଡା ଆକାର ଦିଅନ୍ତୁ । ଏବଂ ଏହା ଉପରେ ବାଦାମ କୋଟିଂ ଦିନ୍ତୁ । ଏହିପରି ଭାବେ ସବୁ ପେଡାକୁ ପ୍ରସ୍ତୁତ କରି ରଖନ୍ତୁ । ବତ୍ତ ର୍ମାନକୁ ସୁଗାର ପାଉଡରରେ କୋଟ କରି ରଖନ୍ତୁ । ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପେଡା । ଏହାକୁ ଭଗବାନଙ୍କ ନିକଟରେ ଭୋଗ ଲଗାନ୍ତୁ ଏବଂ ନିଜେ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More