Only for Entertainment

ଘରେ ପ୍ରସ୍ତୁତ କରନ୍ତୁ କଢାଇ ମଶରୁମ

Rachna's kitchen
0 83

ଯଦି ଆପଣଙ୍କ ଘରକୁ ଅତିଥି ଆସିଛନ୍ତି ଏବଂ ଆପଣ ତାଙ୍କୁ ଇଂପ୍ରେସ କରିବା ପାଇଁ ଚାହୁଁଛନ୍ତି ତେବେ କଢାଇ ମଶରୁମ ଆପଣଙ୍କ ପାଇଁ ଭଲ ଅପଶନ ରହିବ । ଏହାକୁ ପ୍ରସ୍ତୁତ କରିବା ଅତି ସହଜ । ଆସନ୍ତୁ ଜାଣିବା କଢାଇ ମଶରୁମ ପସ୍ତୁତ କରିବାର ବିଦ୍ଧି ।

କଢାଇ ମଶରୁମ ପ୍ରସ୍ତୁତ କରିବା ପାଇଁ ସାମଗ୍ରୀ-
ମଶରୁମ-୨୦୦ ଗ୍ରାମ
ଶିମଲା ଲଙ୍କା- ଅଧା କପ କଟା
ଧନିଆ ପାଉଡର- ୧ ଛୋଟ ଚାମଚ
ଶୁଖିଲା ଲଙ୍କା ଖଣ୍ଡ- ୧ ଚାମଚ
ଗୁଜୁରାତି- ୪-୫
ଡାଳଚିନି- କିଛି ଖଣ୍ଡ
କଟା ପିଆଜ ଏବଂ ଟମାଟୋ- ଅଧା କପ
ଅଦା-ରସୁଣ ପେଷ୍ଟ- ୧ଚାମଚ
ଲଙ୍କା ପାଉଡର- ଅଧା ଚାମଚ
ହଳଦୀ ପାଉଡର- ଅଧା ଚାମଚ
କ୍ଷୀର- ଚଉଠ କପ
ଲୁଣ- ସ୍ୱାଦ ଅନୁସାରେ
ତେଲ- ଦୁଇ ବଡ ଚାମଚ
ବଟର- ୧ ବଡ ଚାମଚ

ପ୍ରସ୍ତୁତ କରିବାର ବିଦ୍ଧି-

ମଶରୁମକୁ ଧୋଇ ଲମ୍ବା କରି କାଟି ଦିଅନ୍ତୁ । କଢେଇରେ ତେଲ ଗରମ କରି ଏଥିରେ ମଶରୁମ ପକାଇ ଏହାକୁ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ । ଏହାପରେ ମଶରୁମ କାଢି ସେହି ତେଲରେ ଶିମଲା ଲଙ୍କା ପକାଇ ଭାଜନ୍ତୁ । ବଳିଥିବା ତେଲରେ ଶୁଖିଲା ଧନିଆ, ନାଲି ଲଙ୍କା ଖଣ୍ଡ, ଗୁଜୁରାତି, ଡାଳଚିନିକୁ ପକାଇ ଭାଜନ୍ତୁ । ଯେତେବେଳେ ସବୁ ସାମଗ୍ରୀ ଭଲ ଭାବେ ଭାଜି ହୋଇଯିବ ସେଥିରେ କଟା ଦେଇଥିବା ପିଆଜ, ଅଦା-ରସୁଣ ପେଷ୍ଟ ପକାଇ ଭଲ ଭାବେ ଭାଜନ୍ତୁ । ଏହାପରେ ସେଥିରେ ଟମାଟୋ ଓ କିଛି ଲୁଣ ପକାଇ ରାନ୍ଧନ୍ତୁ । ପରେ ଏହି ମିଶ୍ରଣକୁ ଥଣ୍ଡା କରି ଏହାକୁ ବାଟି ପ୍ୟୁରୀ ପ୍ରସ୍ତୁତ କରନ୍ତୁ । ଏହାପରେ କଢେଇରେ ବଟର ପକାଇ ଏହାକୁ ଗରମ କରନ୍ତୁ । ଗରମ ହେବା ପରେ ଏଥିରେ ବଟାଯାଇଥିବା ପ୍ୟୁରୀ, ଲଙ୍କା ଗୁଣ୍ଡ, ହଳଦୀ ପାଉଡର ପକାଇ ରାନ୍ଧନ୍ତୁ । ବର୍ତ୍ତମାନ ଏଥିରେ ମଶରୁମ, ଶିମଲା ଲଙ୍କା ଓ ଅଧା କପ ପାଣି ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାକୁ କିଛି ସମୟ ରାନ୍ଧିବା ପରେ ଏଥିରେ କ୍ଷୀର ମିଶାଇ ୧୦ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଢାଇ ମଶରୁମ । ଏହାକୁ ରୁଟି କିମ୍ବା ପରଟା ସହିତ ଗରମ ଗରମ ପରସନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More