Only for Entertainment

ଗୀତ ପରେ ରିଲିଜ ହେଲା ‘ଗଲି ଗଲି’ର ମେକିଂ ଭିଡିଓ, ଦେଖିବାକୁ ମିଳିଲା ପୁରା ଟିମର ପରିଶ୍ରମ ।

India Forums
41

ବଡପରଦାରେ ଦେଖିବାକୁ ମିଳିବ ଛୋଟ ପରଦାର କୁଇନଙ୍କ ଜଲୱା । ସ୍ମଲ୍ ସ୍କ୍ରିନ୍ ସେନ୍ସେସନ୍ ମୌନି ରୟ ନିଜ ଜବରଦସ୍ତ ଡ୍ୟାନ୍ସର ଜଲୱା ଦେଖାଇଛନ୍ତି ଆଗାମୀ ଫିଲ୍ମ ‘କେଜିଏଫ୍’ର ଆଇଟମ୍ ସଙ୍ଗ ‘ଗଲି ଗଲି’ରେ । ଗୀତରେ ମୌନିଙ୍କ ଡ୍ୟାନ୍ସ ଦେଖି ମତୁୱାଲା ହୋଇଛନ୍ତି ତାଙ୍କ ଫ୍ୟାନ୍ । ଚଳଚ୍ଚିତ୍ର ଗୋଲ୍ଡରେ ନାୟିକା ଭାବେ ବଲିଉଡ୍ରେ ଡେବ୍ୟୁ କରିଥିବା ମୌନି ଏଥର ଆଇଟମ୍ ଗର୍ଲ ଭାବେ ଦେଖାଇଛନ୍ତି ନିଜ ଡ୍ୟାନ୍ସ ଟ୍ୟାଲେଂଟ୍ । ଆଉ ଗୀତରେ ତାଙ୍କୁ ଡ୍ୟାନ୍ସର ତାଲିମ୍ ଦେଇଛନ୍ତି ଲୋକପ୍ରିୟ କୋରିଓଗ୍ରାଫର୍ ଗଣେଷ ଆଚାର୍ଯ୍ୟ । ୮୦ ଦଶକର ଚଳଚ୍ଚିତ୍ର ତ୍ରିଦେବରେ ସ୍ଥାନ ପାଇଥିବା ଏହି ମସ୍ତ ଗୀତକୁ କରାଯାଇଛି ରିମେକ୍ । ଗୀତଟୁ ପୂର୍ବରୁ ରିଲିଜ ହୋଇସାରିଥିବା ବେେଳେ ଏବେ ଏହାର ମେକିଂ ଭିଡିଓକୁ ରିଲିଜ କରାଯାଇଛି । କିପରି ଏହି ଗୀତ ପାଇଁ ସର୍ଟ ଦେବାରେ ନଜର ଆସିଛନ୍ତି ମୌନି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଗଣେଷ ଆଚାର୍ଯ୍ୟଙ୍କ ସହ କାମ କରି ମୌନି ବେଶ ଖୁସି ଥିବା ଭିଡିଓରେ କହିଛନ୍ତି ।

ଦେଖନ୍ତୁ ମେକିଂର ଭିଡିଓ-

ଗୀତରେ ମୌନିଙ୍କ ସହ ତାଳରେ ତାଳ ମିଶାଇ ଡ୍ୟାନ୍ସ କରିବାରେ ନଜର ଆସିଛନ୍ତି ନାୟକ ୟଶ୍ । ୟଶଙ୍କ ଏହା ଡେବ୍ୟୁ ଫିଲ୍ମ । ଆଉ ନିଜର ପ୍ରଥମ ସିନେମାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ସେ । ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି । କଣ୍ଠଶିଳ୍ପୀ ନେହା କକ୍କରଙ୍କ ଆଟ୍ରାକ୍ଟିଭ୍ ଗାୟିକି ଏହି ଗୀତକୁ କରିଛି ଆହୁରି ମନଛୁଆଁ । ଚଳଚ୍ଚିତ୍ର ‘କେଜିଏଫ୍’ ଏକ ମଲ୍ଟି ଲାଙ୍ଗୁଏଜ୍ ଫିଲ୍ମ । କନ୍ନଡ, ତାମିଲ୍, ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ ଏହି ଫିଲ୍ମ । ଖୁବଶୀଘ୍ର ସିନେମାଟି ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More