Only for Entertainment

ରିଲିଜ ହେଲା ମର୍ଦ୍ଦ ମରାଠା ଗୀତର ମେକିଂ ଭିଡିଓ, ପରଦା ପଛର ଅନୁଭୂତି ବଖାଣିଲେ କଳାକାର

DNA India
25

ଜବରଦସ୍ତ ଗୀତ ଭେଟି ଦେବାପରେ ଏବେ ଏହାର ମେକିଂ ଭିଡିଓ ଜାରି କରିଛନ୍ତି ଆଗାମୀ ଫିଲ୍ମ ‘ପାନିପଥ’ର ମେକର । ଗତ କିଛି ଦିନ ଆଗରୁ ରିଲିଜ ହୋଇଥିଲା ସିନେମାର ସ୍ଥାନ ପାଇବାକୁ ଥିବା ଡ୍ୟାନ୍ସ ଗୀତ ‘ମର୍ଦ୍ଦ ମରାଠା’ । ଏବେ ଏହାର ମେକିଂ ଭିଡିଓ ଜାରି କରି, ସୁଟିଂ ସମୟର ସବୁ ଟିକ ନିକ ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।

ବିଶାଳ ସେଟ୍, ଲିଡ୍ କଳାକାରଙ୍କ ସହ ଶତାଧିକ ସାଇଡ୍ ଆର୍ଟିଷ୍ଟ । ଏ ହେଉଛି ଆଗାମୀ ଚଳଚ୍ଚିତ୍ର ‘ପାନିପଥ’ର ‘ମର୍ଦ୍ଦ ମରାଠା’ ଗୀତର ସୁଟିଂ ସେଟ । ଦେଖନ୍ତୁ ସୁଟିଂ ସମୟର ଏହି ଦୃଶ୍ୟକୁ । ନିର୍ଦ୍ଦେଶକ ଆଶୁତୋଷ ଗୱାରେକରଙ୍କ ନିର୍ଦ୍ଦେଶନାରେ ଚାଲିଛି ଏଠି ଗୀତର ସୁଟିଂ । ଶତାଧିକ ଡ୍ୟାନ୍ସରଙ୍କୁ ନେଇ ଗୀତକୁ ସଠିକ୍ ଭାବେ ସୁଟ କରିବା ପାଇଁ ପୁରା ଦମ୍ରେ ଲାଗିଛନ୍ତି ପାନିପଥ ଟିମ୍ ।

ଅନ୍ୟପଟେ ଦେଖନ୍ତୁ ଗୀତ ରେକର୍ଡିଂ ସମୟର ଦୃଶ୍ୟ । ସଙ୍ଗୀତ ନିର୍ଦ୍ଦେଶକ ଅଜୟ – ଅତୁଲଙ୍କ ଉପଯୋଗୀ ସଂଯୋଜନା ଏହି ଗୀତଟିକୁ କରିଛି ପ୍ରଭାବଶାଳୀ । କୋରସ ଗାୟକଙ୍କ ସହ ଅଜୟ, ଅତୁଲ, ସୁଧେଷ ବୋସଲେ, କୁନାଲ ଗାଂଜାୱାଲା, ସ୍ୱପ୍ନିଲ ବନ୍ଦୋଦକର ଏବଂ ପଦ୍ମନାଭ ଗାଏକୱାଡଙ୍କ ଆକର୍ଷଣୀୟ ଗାୟିକି ଗୀତରେ ଶୁଣିବାକୁ ମିଳିଛି । ଆଉ ବେଶ ସୁନ୍ଦର ଭାବେ ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି ଅଜୟ – ଅତୁଲ ।

ଫିଲ୍ମ ପାନିପଥ, ତୃତୀୟ ପାନିପଥ ଯୁଦ୍ଧକୁ ନେଇ ଗତିଶୀଳ ହୋଇଛି । ସିନେମାରେ ଅର୍ଜୁନ କପୁର, କ୍ରିତି ସାନୋନ, ସଂଜୟ ଦତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ସିନେମାରେ ସଦାଶିବ ରାଓ ଭାଉ ଚରିତ୍ରରେ ଅଭିନୟ କରିଛନ୍ତି ଅର୍ଜୁନ କପୁର । ୧୭୬୧ ମସିହାର ଏହି ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ପାନିପଥକୁ ପରଦାରେ ଦର୍ଶକ କେତେଦୁର ପସନ୍ଦ କରିବେ ତାହା ସିନେମା ରିଲିଜ ହେଲା ପରେ ହିଁ ଜଣା ପଡିବ । ୬ ଡିସେମ୍ବରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ପାନିପଥ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More