Only for Entertainment

କେବଳ ଅମୀର ଏବଂ ଅମିତାଭ ନୁହଁନ୍ତି ବରଂ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ଆଉ ମଧ୍ୟ କେହି ଅଟନ୍ତି ହିରୋ, ମେକିଂ ଭିଡିଓରେ ହେଲା ଖୁଲାସା !

NDTV
28

ଅମୀର ଖାନ ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ଅପେକ୍ଷା ଲମ୍ବା ସମୟରୁ ରହିଛି । ଏହି ଫିଲ୍ମ ୨୦୧୮ର ମଚ ଆୱେଟେଡ ଫିଲ୍ମ ରହିଥିବା ବେଳେ ଏବେ ଏହା ରିଲିଜ ହେବା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ସାରିଲାଣି । ନିର୍ଦ୍ଦେଶକ ପୋଷ୍ଟର ରିଲିଜ କରିବା ପରେ ଏବେ ମେକିଂ ଭିଡିଓ ମଧ୍ୟ ଜାରି କରି ଦେଇଛନ୍ତି । ଦେଖନ୍ତୁ-

ବିଜୟ କୃଷ୍ଣା ଆଚାର୍ଯ୍ୟ ଏହି ପ୍ରୋଜେକ୍ଟ ଉପରେ ୨୦୧୪ରୁ କାମ କରୁଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଏହି ଜାହାଜ ବନାଇବା ବାଲାଙ୍କ ଠାରୁ ଆରମ୍ଭ କରି ଇଂଜିନିୟରଙ୍କୁ ମଧ୍ୟ ସମ୍ପର୍କ କରିଥିଲେ , ଯିଏ କି ଏହି କାର୍ଯ୍ୟ ସହ ସମ୍ପୃକ୍ତ ଥିଲେ । ଏହାପରେ ପ୍ରଶ୍ନ ଆସିଥିଲା ଯେ ଜାହାଜ ବନାଇବା ପରେ ସୁଟ କେଉଁଠି ହେବ । ଶେଷରେ ମାଲ୍ଟାରେ ସୁଟ କରିବା ପାଇଁ ସୁଯୋଗ ମିଳିଥିଲା । କାରଣ ଏତେ ବଡ ଜାହାଜ ପାଇଁ କୌଣସି ସ୍ଥାନରେ ବଡ ଟ୍ୟାଙ୍କ ନଥିଲା । ମାତ୍ର ମାଲ୍ଟାରେ ବଡ ଟ୍ୟାଙ୍କ ମିଳିଯିବାରୁ ସେଠାରେ ସୁଟ ଆରମ୍ଭ ହୋଇଥିଲା । ଜାହାଜ ପୂରୁଣା ଦେଖା ଯାଉ ବୋଲି କାଠକୁ ପ୍ରଥମେ ଜଳାଇବାକୁ ପଡିଥିଲା ।

ଫିଲ୍ମ ପ୍ରଡକ୍ସନ ଡିଜାଇନର କହିଛନ୍ତି ଯେ ଯେଉଁଭଳି ଏହି ଫିଲ୍ମ ଅମିତାଭ ଏବଂ ଆମୀର ଖାନ ହିରୋ ଅଟନ୍ତି । ସେହିଭଳି ଏହି ଫିଲ୍ମରେ ଦୁଇଟି ଯାକ ଜାହାଜ ମଧ୍ୟ ହିରୋ ଅଟନ୍ତି । ଫିଲ୍ମର ଟ୍ରେଲରରେ ଯେଉଁ ଜାହାଜ ଦେଖାଯାଇଛି ତାହାର ହାରାହାରି ଓଜନ ୨ଲକ୍ଷ ଟନ ଅଟେ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୮ନଭେମ୍ବରରେ ବଡ ପରଦାରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More