Only for Entertainment

କଠିନ ପରିଶ୍ରମ କରି ଜାସୁସ ହୋଇଛନ୍ତି ଆଲିୟା, ଦେଖନ୍ତୁ ଭିଡିଓ ।

zeenews
0 64

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଫିଲ୍ମ ରାଜି ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ଏବଂ ଏହି ଫିଲ୍ମକୁ ଦର୍ଶକ ମାନେ ଖୁବ ଉତ୍ସାହର ସହ ଅପେକ୍ଷା କରିଥିବା ଜାଣିବାକୁ ମିଳିଛି । କିଛି ଦିନ ପୂର୍ବେ ଏହି ଫିଲ୍ମର ଏକ ଟ୍ରେଲର ରିଳିଜ ହୋଇଥିଲା ଯେଉଁଥିରେ ଆଲିୟା ନିଜ ଭୂମିକାରେ ଦର୍ଶକ ମାନଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲେ । ଆଲିୟା ଏହି ଫିଲ୍ମରେ ଜାସୁସର ଭୂମିକା ବହନ କରିଛନ୍ତି ଏବଂ ଫିଲ୍ମର ପୃଷ୍ଠଭୂମି ୧୯୭୧ମସିହା ଉପରେ ଆଧାରିତ ଅଟେ । ଫିଲ୍ମର ଟ୍ରେଲର ପରେ ଏହି ଫିଲ୍ମର ମେକିଂ ଭିଡିଓ ମଧ୍ୟ ରିଲିଜ କରିଦିଆଯାଇଛି । ଏହି ଭିଡିଓରେ ଆଲିୟାଙ୍କ ଜାସୁସୀ ଯାତ୍ରାର ଝଲକ ଦେଖିବାକୁ ମିଳିଛି । ଏଠାରେ ଦେଖନ୍ତୁ ଭିଡିଓ –

ଏହି ଫିଲ୍ମ ପାଇଁ ଆଲିୟାଙ୍କୁ ଖୁବ ପରିଶ୍ରମ ଏବଂ ତାଲିମ ନେବାକୁ ପଡିଥିଲା । କାରଣ ଏହି ଫିଲ୍ମ କାହାଣୀ ୧୯୭୧ରେ ହୋଇଥିବା ଭାରତ – ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ହୋଇଛି ଏହି କାରଣରୁ ଏଥିରେ ଜାସୁସୀ ତରିକା ସେ ସମୟରେ ଭିନ୍ନ ଥିଲା । ଏହିକାରଣରୁ ଆଲିୟାଙ୍କୁ ସେସବୁ ତାଲିମ ଦେବାକୁ ପଡିଥିଲା । । ଫିଲ୍ମ ଟ୍ରେଲରରେ ଆଲିୟା ମୋର୍ସ କୋଡ ବ୍ୟବହାର କରିଥିବା ନଜର ଆସିଛନ୍ତି ଏବଂ ସେ ମେକିଂରେ କହିଥିଲେ ତାଙ୍କୁ ଏହି ସମସ୍ତ କୋଡ ମନେ ରଖିବାକୁ ପଡୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More