Only for Entertainment

ଚର୍ଚ୍ଚାରେ ‘ଖାନଦାନି ସଫାଖାନା’ର ପାର୍ଟି ସଙ୍ଗ୍, ସାମ୍ନାକୁ ଆସିଲା ମେକିଂ ଭିଡିଓ !

40

ଲାଇଟ୍, କ୍ୟାମେରା, ଆକର୍ଷଣୀୟ କଷ୍ଟ୍ୟୁମ୍, ଆଉ ପାର୍ଟି ଥିମ୍କୁ ନେଇ ପ୍ରସ୍ତୁତ ହୋଇଛି ରିମେକ୍ ଗୀତ ‘ଶେହର୍ କି ଲଡକି’ । ଯେଉଁଠି ପୁରା ଟିମ୍ ଫୁଲ୍ ମସ୍ତିରେ କରୁଛନ୍ତି ଏହି ଗୀତର ସୁଟିଂ । ଗୀତରେ ବାଦଶାହ ଓ ଡାଏନାଙ୍କ ସହ ଓରିଜିନାଲ୍ ଗୀତର ଲିଡ୍ ଷ୍ଟାର୍ ସୁନୀଲ୍ ସେଟ୍ଟି ଓ ରବିନା ଟଣ୍ଡନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । କୋରିଓଗ୍ରାଫର ଡ୍ୟାନ୍ସ ଷ୍ଟେପ୍ ଫଲୋ କରି ସଭିଁଏ ଏଠାରେ ନିଜ ସଟ୍ ଦେବାରେ ଆସିଛନ୍ତି ନଜର । କେବଳ ସେତିକି ନୁହେଁ ରିମେକ୍ ଗୀତର ସିଙ୍ଗର୍ ବାଦଶାହ୍ ଓ ତୁଲସୀ କୁମାରଙ୍କ ଡ୍ୟାନ୍ସ ଝଲକ୍ ବି ଏଠାରେ ଦେଖିବାକୁ ମିଳିଛି ।

୯୦ ଦଶକର ସୁପରହିଟ୍ ଟ୍ରାକ୍କୁ ନେଇ ନୂଆ ଶୈଳୀରେ ଏହି ଗୀତ ପ୍ରସ୍ତୁତ କରିଛନ୍ତି ମେକର୍ । ମ୍ୟୁଜିକ୍ କମ୍ପୋଜର୍ ତନିଷ୍କ ବାଗ୍ଚି ନୂଆ ଲିରିକ୍ସ ଓ ଧୁନ୍ ସହ ପ୍ରସ୍ତୁତ କରିଛନ୍ତି ଏହି ଗୀତଟି । ଯେଉଁଥିରେ କଣ୍ଠଦାନ କରିଛନ୍ତି ବାଦଶାହ, ତନିଷ୍କ ବାଗ୍ଚି, ତୁଲସି କୁମାର୍ ଓ ଅଭିଜୀତ୍ । ଏହି ନୂଆ ଭର୍ସନ୍ ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି । ଏହି ଗୀତରେ ଆଇଟମ୍ ଗର୍ଲ ଭାବେ ନଜର ଆସିଛନ୍ତି ଡାଏନା । ପ୍ରଥମ ଥର ପାଇଁ ର‌୍ୟାପର୍ ବାଦଶାହଙ୍କ ଅଭିନୟ ଦେଖିବାକୁ ମିଳିବ ଏହି ସିନେମାରେ । ଭୂଷଣ କୁମାର୍ ଏବଂ ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଶିଳ୍ପୀ ଦାସ ଗୁପ୍ତା । ୨ ଅଗଷ୍ଟରେ ମୁକ୍ତିଲାଭ କରିବ ଏହି କମେଡି ଫିଲ୍ମ ଖାନଦାନି ଶଫାଖାନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More