Only for Entertainment

ମଲାଇ କୋବି ଖାଇବା ପରେ ଅନ୍ୟ ରେସିପିକୁ ଭୁଲିଯିବେ ଆପଣ ।

Archana's Kitchen
61

ଫୁଲ କୋବିକୁ ନେଇ ଆପଣ ବିଭିନ୍ନ ପ୍ରକାରର ରେସିପି ନିହାତି ଭାବରେ ପ୍ରସ୍ତୁତ କରିଥିବେ । ସମସ୍ତ ରେସିପିରେ ନିହାତି ଭାବରେ ଆପଣ ମସଲା ମିଶାଇଥିବେ,କିନ୍ତୁ ବିନା ମସଲାରେ କୋବିକୁ କେବେ ପ୍ରସ୍ତୁତ କରିଛନ୍ତି କି? ଆଜି ଆମେ ଆପଣଙ୍କୁ ସେହିଭଳି ଏକ ରେସିପି ବିଷୟରେ କହିବୁ,ଯାହାକୁ ପ୍ରସ୍ତୁତ କରି ଖାଇବା ପରେ ଆପଣ କୋବିର ଅନ୍ୟ ସମସ୍ତ ରେସିପି ଭୁଲିଯିବେ । ଆସନ୍ତୁ ଆଲୋଚନା କରିବା ବିନା ମସଲାରେ ମଲାଇ କୋବିର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ-ଫୁଲ କୋବି ୨ଟି ବଡ଼ ସାଇଜର
ତେଲ ୨ ଚାମଚ
ଅଦା ରସୁଣ ବଟା ୨ ଚାମଚ
ଟମାଟୋ କଟା (୨ଟି)
କଂଚା ଲଙ୍କା(ଛୋଟ କଟା)
ଜିରା ୧ ଚାମଚ
କଟା ପିଆଜ(୧ଟି)
ମଲାଇ ୧ କପ
ଗ୍ରୀନ ମଟର ୧ କପ
ଲୁଣ ସ୍ୱାଦନୁସାରେ
ଧନିଆପତ୍ର

ପ୍ୟାନ ଗରମ କରି ୨ ଚାମଚ ତେଲ ପକାନ୍ତୁ ଏବଂ ଗରମ ହେବା ପରେ ଜିରା ପକାଇ ଭାଜନ୍ତୁ । କିଛି ସମୟ ପରେ କଟା ପିଆଜ ପକାନ୍ତୁ । ରଙ୍ଗ ପରିବର୍ତ୍ତନ ହେବା ପରେ ଅଦା ଓ ରସୁଣ ବଟା ପକାନ୍ତୁ । କଷି ହେବା ପରେ ଗ୍ରୀନ ମଟର ପକାନ୍ତୁ ।୧୦ ମିନିଟ ପାଇଁ ଛାଡ଼ନ୍ତୁ । କୋମଳ ହେବା ପରେ ଫୁଲ କୋବିକୁ ପକାନ୍ତୁ ।କୋବିରୁ ପାଣି ଛାଡ଼ିଗଲେ ଲୁଣ ପକାନ୍ତୁ । ଏହାପରେ ଟମାଟୋ ପକାନ୍ତୁ । ଏହାପରେ ୧ କପ ମଲାଇ ପକାନ୍ତୁ । ୧୦ ମିନିଟ ପରେ କଟା ଧନିଆପତ୍ର ପକାନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ବିନା ମସଲାରେ ମଲାଇ କୋବି । ଏହାକୁ ଗରମ ଗରମ ରୁଟି ସହିତ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More