Only for Entertainment

୨୦ ବର୍ଷ ପରେ ପୁଣିଥରେ ଛେୟାଁ ଛେୟାଁ ଗୀତରେ ଜଲୱା ଦେଖାଇଲେ ମଲାଇକା ।

ndtv
27

ଡ୍ୟାନ୍ସ ପାଇଁ ନିଜର ଏକ ସୁନ୍ଦର ପରିଚୟ ସୃଷ୍ଟି କରି ପାରିଛନ୍ତି ସଲମାନଙ୍କ ଏକ୍ସ ଭାଉଜ ମଲାଇକା ଅରୋରା । ଅଧିକାଂଶ ସମୟରେ ନିଜ ବୋଲ୍ଡ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ମଲାଇକା ଏଥର କିନ୍ତୁ ଫଟୋ ନୁହେଁ ବରଂ ନିଜର ଏକ ପୁରୁଣା ଡ୍ୟାନ୍ସ ନମ୍ବରରେ ଡ୍ୟାନ୍ସ କରି ହାଙ୍ଗାମା କରି ଦେଇଛନ୍ତି । ମଲାଇକାଙ୍କ ଏକ ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ପୂରା ଟିମ ସହିତ ଛେୟାଁ ଛେୟାଁ ଗୀତରେ ଡ୍ୟାନ୍ସ କରୁଛନ୍ତି । କହିରଖୁଛୁଯେ ଫିଲ୍ମ ଦିଲ ସେରେ ଛେୟାଁ ଝେୟାଁ ଗୀତରେ ଆଇଟମ ଡ୍ୟାନ୍ସ କରିଥିଲେ ମଲାଇକା । ଏହି ଫିଲ୍ମରେ ନାୟକ ଭାବରେ ନଜର ଆସିଥିଲେ ଶାହାରୁଖ । ଛେୟାଁ ଛେୟାଁ ଗୀତରେ ମଲାଇକା ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତେବେ ପ୍ରାୟ ୨୦ ବର୍ଷ ପରେ ପୁଣିଥରେ ନିଜର ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ଏହି ବଲିଉଡ ବିୟୁଟି ।

ଏହି ଭିଡ଼ିଓକୁ ମଲାଇକା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ତେବେ ୱାର୍ଲଡ ହେଲଥ ଡେ ଉପଲକ୍ଷେ ପୂରା ଟିମ ସହିତ ମଲାଇକା ଏଭଳି ମସ୍ତି କରିଛନ୍ତି ।

 

View this post on Instagram

 

SUMMER IS HERE … n dive right in n cool off…..MAKE A SPLASH!!!!!

A post shared by Malaika Arora (@malaikaaroraofficial) on

ମଲାଇକା କେବଳ ଡ୍ୟାନ୍ସ ନୁହେଁ ବରଂ ୪୪ ବର୍ଷରେ ମଧ୍ୟ ନିଜ ଫିଟନେଓ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି । ଏହା ସହିତ ବଲିଉଡ ଆକ୍ଟର ଅର୍ଜୁନ କପୁରଙ୍କ ସହିତ ଲଭ ଅଫେୟରକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି ଏହି ଛେୟାଁ ଛେୟାଁ ଗର୍ଲ । ନିକଟରେ ଏହି ଅପ୍ରେଲ ମାସରେ ଦୁଇ ଜଣ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More