Only for Entertainment

ମଲାଇକାଙ୍କ ଏଭଳି ଲୁକ ଦେଖି ଲୋକଙ୍କ ନଜର ହଟିଲା ନାହିଁ ।

bollywood tadka
45

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଅଧିକାଂଶ ସମୟରେ ନିଜ ଷ୍ଟାଇଲିସ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି,ଯେଉଁଥିରେ ସେ ଖୁବ ସେକ୍ସି ଅନ୍ଦାଜରେ ନଜର ଆସିଛନ୍ତି । ଏହି ଫଟୋ ତାଙ୍କ ମା’ଙ୍କ ଘର ସାମ୍ନାର ଥିଲା । ତେବେ ଏହା ଖ୍ରୀଷ୍ଟମାସ ସମୟର ଫଟୋ । ଯେଉଁଥିରେ ସେ ଧଳା ଏବଂ ଲାଲ ରଙ୍ଗର କମ୍ବିନେସନ ଜ୍ୟାକେଟ ପିନ୍ଧିଥିଲେ ଏବଂ ତା ସାଙ୍ଗକୁ ହାଇ ହିଲ ।

ଏକ ମିଡିଆ ରିପୋର୍ଟ ଅନୁସାରେ ତାହା ଥିଲା ଗୁସିର ଜ୍ୟାକେଟ । ଯାହାର ମୂଲ୍ୟ ହେଉଛି ୧ ଲକ୍ଷ ୭୦ ହଜାର । ଏହା ସହିତ ହିଲର ମୂଲ୍ୟ ହେଉଛି ୯୦ ହଜାର । କେବଳ ସେତିକି ନୁହେଁ ସେ ଧରିଥିବା ପର୍ସର ମୂଲ୍ୟ ହେଉଛି ୧ ଲକ୍ଷ ୪୦ ହଜାର ଟଙ୍କା । ଏହି ଫଟୋରେ ଦେଖିବାକୁ ମିଳିଛିଯେ ମଲାଇକାଙ୍କୁ ଦେଖି ଆଖପାଖରେ ଥିବା ଲୋକଙ୍କ ନଜର ଅଟୁନାହିଁ ଏବଂ ସେମାନେ ଗୋଟିଏ ଲୟରେ ଚାହିଁ ରହିଛନ୍ତି ।

କହିରଖୁଛୁଯେ ମଲାଇକା ଏବେ ଅର୍ଜୁନ କପୁରଙ୍କ ସହିତ ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବଉଦବାରକୁ ତାଙ୍କୁ ଡିନର ଡେଟରେ ସ୍ପଟ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More