Only for Entertainment

୩ ବର୍ଷ ପରେ ଆଇଟମ ଗୀତ କରିବେ ସଲମାନଙ୍କ ଭାଉଜ ମଲାଇକା ଅରୋରା ।

bollywoodpapa.com
0 42

ମଲାଇକା ଅରୋରା ନିଜ ଡ୍ୟାନ୍ସ ଦକ୍ଷତାରେ ପୂର୍ବରୁ ବଲିଉଡରେ ଖୁବ ଧୁମ ମଚାଇ ସାରିଛନ୍ତି । ଏକ ଦୀର୍ଘ ସମୟ ବ୍ୟବଧାନରେ ମଲାଇକା ପରଦାକୁ ଫେରୁଛନ୍ତି । ୩ ବର୍ଷ ପରେ ପୁଣିଥରେ ମଲାଇକା ଆଇଟମ ନମ୍ବର କରୁଥିବା ନଜର ଆସିବେ ।

ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିଦ୍ଦେଶକ ଏବଂ ସଙ୍ଗୀତକାର ବିଶାଲ ଭରଦ୍ୱାଜ ଏହି ଥର ଫିଲ୍ମ ପଟାଖା ମାଧ୍ୟମରେ ଭାଗ୍ୟକୁ ଆପଣାଇଛନ୍ତି । ଏହି ଫିଲ୍ମ ଆସନ୍ତା ମାସ ୨୮ ସେପ୍ଟେମ୍ବରକୁ ରିଲିଜ ହେବ । ୧୪ ଅଗଷ୍ଟକୁ ନିର୍ମାତା ଫିଲ୍ମର ଟ୍ରେଲର ଜାରି କରିଥିଲେ । ଫିଲ୍ମରେ ଗୁତଥି ଏବଂ ଡାକ୍ତର ମଶହୁର ଗୁଲାଟୀ ଭଳି ଚରିତ୍ରରେ ନଜର ଆସିଥିବା ସୁନିଲ ଗ୍ରୋଭର ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ନଜର ଆସିଲେ ।

ପଟାଖା ଏକ କମେଡ଼ି ଫିଲ୍ମ । ଏହି ଫିଲ୍ମ ଦୁଇ ଭଉଣୀଙ୍କ ଉପରେ ଆଧାରିତ । ଦୁଇ ଭଉଣୀ ରାଜସ୍ଥାନର ଏକ ଛୋଟ ଗାଁର । ଦୁଇ ଭଉଣୀ ସବୁବେଳେ ଝଗଡ଼ା କରୁଥିବା ନଜର ଆସିବେ । ଦୁଇ ଭଉଣୀ ବିଡ଼ି ଟାଣନ୍ତି ଏବଂ ପୁଅଙ୍କ ସହିତ ଫ୍ଲର୍ଟ କରନ୍ତି । ଏହିଭଳି କିଛି ରହିବ ଫିଲ୍ମର କାହାଣୀ । ସବୁଠାରୁ ଖାସ କଥା ହେଉଛି ଦୁଇ ଭଉଣୀ କେବେ ଏକା ସାଙ୍ଗରେ ରହିପାରିବେ ନାହିଁ ଏବଂ ଜଣେ ଅନ୍ୟ ଜଣକ ବିନା ରହିପାରିବେ ନାହିଁ । ବିଜୟ ରାଜ ସେମାନଙ୍କ ବାପାଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମରେ କଙ୍ଗନା ରାଣାୱତ,ସୈଫ ଅଲି ଖାନ ଏବଂ ଶାହିଦ କପୁର ପ୍ରମୁଖ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More