Only for Entertainment

#MeToo ପ୍ରସଙ୍ଗରେ ମଲାଇକା ଆରୋରାଙ୍କ ବୟାନ, କହିଲେ ଭାରତରେ ପରିବର୍ତ୍ତନ ଠାରୁ ଅଧିକ ହୋ-ହାଲ୍ଲା ।

indiatimes
28

‘ମି ଠୁ’ ପ୍ରସଙ୍ଗ ଏବେ ବଲିଉଡରେ ଝଡ ସୃଷ୍ଟି କରିଛି । ଏହି ବାବଦରେ ଅନେକ କଳାକାର ନିଜର ମତ ଦେଇଥିବା ବେଳେ ଏବେ ବୟାନ ରଖିଛନ୍ତି ଅଭିନେତ୍ରୀ ମଲାଇକା ଆରୋରା । ଏକ ଇଂଟରଭ୍ୟୁରେ ମଲାଇକାଙ୍କୁ ‘ମି ଠୁ’ ପ୍ରସଙ୍ଗକୁ ନେଇ ପ୍ରଶ୍ନ କରାଯାଇଥିଲା ଯାହାର ଉତ୍ତର ରଖି ମଲାଇକା କହିଛନ୍ତି ଏହି ଅଭିଯୋଗ ଆସିବା ପରେ କୌଣସି ପରିବର୍ତନ ମୋ ନଜରକୁ ଆସିନି ବରଂ ଏହାକୁ ନେଇ ବେଶି ହୋ ହାଲ୍ଲା ଚାଲିଛି । ଯଦି ଏସବୁ ଇଣ୍ଡଷ୍ଟ୍ରିରେ ଘଟୁଛି ତେବେ ଏହି ପ୍ରତିବାଦ ଆହୁରୀ ଆଗକୁ ଯିବ । ସାମ୍ନାକୁ ଆସୁଥିବା ଅଭିଯୋଗ ଗୁଡିକରେ ଯଦି କିଛି ସତ୍ୟାସତ୍ୟ ଥାଏ ତେବେ ଦୋଷୀକୁ ନିଶ୍ଚିନ୍ତ ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି ମଲାଇକା ।

କହିରଖୁଛୁ ଯେ, ହଲିଉଡରେ ‘ମି ଠୁ’ ମୁଭମେଣ୍ଟର ଜବରଦସ୍ତ ପ୍ରଭାବ ଦେଖିବା ପରେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପଟେକରଙ୍କ ନାମରେ ଯୌନ ଶେଷଣର ଅଭିଯୋଗ ଆଣିଥିଲେ । ଏହାପରେ ବଲିଉଡର ଅନେକ କାଳାକର ନିର୍ଦ୍ଦେଶକଙ୍କ ନାମ ଏହି ତାଲିକାରେ ଯୋଡି ହେବାକୁ ଲାଗିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More