Only for Entertainment

ବିବାହ ଖବର ମଝିରେ ମଲାଇକା ଅର୍ଜୁନଙ୍କ ପାଇଁ ଲେଖିଲେ ରୋମାଂଟିକ ପୋଷ୍ଟ !

40

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅର୍ଜୁନ କପୂର କିଛିଦିନ ହେବ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ପର୍ଯ୍ୟନ୍ତ ଦୁହିଁଙ୍କ ମୁହଁରୁ ଏହି ଖବର ଉପରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ନିକଟରେ ମଲାଇକା ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଛି ।

ଅସଲରେ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ ‘ପାଖ ବ୍ୟକ୍ତି’ଜଣେ ଏଭଳି ବ୍ୟକ୍ତି ଯାହା ସହ ଭେଟ ହେବା ପରେ ଏକ କନେକ୍ସନ ଅନୁଭବ କରୁଛି , ଏଭଳି କନେକ୍ସନ ଆଗରୁ କେବେ ଅନୁଭବ ହୋଇନଥିଲା । ଏହିଭଳି କିଛି ପୋଷ୍ଟ ଲେଖି ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ମଲାଇକା । ଏହି ପୋଷ୍ଟରେ ମଲାଇକା କାହା ନାଁ ଲେଖିନାହାନ୍ତି ସତ ମାତ୍ର ସେ ପୋଷ୍ଟ ଦେଖି ଯାହା ମନେ ହେଉଛି ଏହା ଅର୍ଜୁନ କପୁରଙ୍କ ପାଇଁ ।

ଏଠାରେ ଆମେ କହି ରଖୁଛୁ ଯେ ଅର୍ଜୁନ ଏବଂ ମଲାଇକା କିଛିଦିନ ହେବ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଦୁହେଁ ଚଳିତ ମାସ ୧୯ତାରିଖରେ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା । ଏବେ ବିବାହ ତାରିଖ ବଦଳିବ ବୋଲି ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More