Only for Entertainment

ମେଲବର୍ନରେ ଛାଇବ ମଲାଇକା ଅରୋରାଙ୍କ ଜାଦୁ, ଡ୍ୟାନ୍ସ ଶୋ’କୁ କରିବେ ଜଜ୍ ।

colorstv
0 65

ଅଭିନେତ୍ରୀ ମଲାଇକା ଅରୋରା ଜାଦୁ ଏବେ ମେଲବର୍ନରେ ମଧ୍ୟ ଦେଖିବାକୁ ମିଳିବ । ଖବର ଅନୁସାରେ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ନ (ଆଇଏଫଏଫଏମ) ଆୱାର୍ଡସର ବଲିଉଡ ଡ୍ୟାନ୍ସ ପ୍ରତିଯୋଗୀତାକୁ ଜଜ କରିବା ପାଇଁ ଅଭିନେତ୍ରୀ ମଲାଇକାଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ପୁରା ଦୁନିଆର ନୃତ୍ୟ ପ୍ରେମୀ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଶୋକୁ ଜଜ୍ କରିବା ପାଇଁ ମଲାଇକା ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।

 

ମଲାଇକା କହିଛନ୍ତି, ନୃତ୍ୟ ମୋ ଜୀବନର ଏକ ଅଭିନ୍ନ ଅଂଶ । ଏହାକୁ ନେଇ ମୁଁ ଖୁବ ଭାବୁକ । ଅନ୍ୟମାନଙ୍କ ଠାରେ ସେହି ନିଷ୍ଠା ଏବଂ ଭଲପାଇବା ଦେଖିବା ଏବଂ ପୁରା ଦୁନିଆରୁ ନୃତ୍ୟ ପ୍ରତିଭାକୁ ଖୋଜିବା ମୋ ପାଇଁ ଜଣେ ନୃତ୍ୟ ପ୍ରେମୀ ପାଇଁ ସମ୍ମାନର ବିଷୟ ।

ମଲାଇକା ଆହୁରି ମଧ୍ୟ କହିଛନ୍ତି ଆଇଏଫଏଫଏମ ମୋତେ ଏହି ପ୍ରତିଯୋଗୀତା ପାଇଁ ଆମନ୍ତ୍ରଣ କରିବାରୁ ମୁଁ ଧନ୍ୟବାଦ ଜଣାଉଛି । ଅଷ୍ଟ୍ରେଲିଆରେ ଅନେକ ପ୍ରତିଭା ଅଛନ୍ତି । ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ମଲାଇକା ଆଶା କରିଛନ୍ତି । ଏହି ଫେଷ୍ଟିଭାଲ ୧୦ ଅଗଷ୍ଟରୁ ଆରମ୍ଭ ହୋଇଛି ଏବଂ ଏହା ୨୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More