Only for Entertainment

ମଲାଇକାଙ୍କ ଡ୍ରାଇଭର ଲିକ କରୁଥିଲା ବ୍ୟକ୍ତିଗତ ସୂଚନା, ଚାକିରୀରୁ ବାହାର ।

instagram
75

ଅଭିନେତ୍ରୀ ମଲାଇକା ଅରୋରା ଏବେ ଅର୍ଜୁନ କପୁରଙ୍କ ସହିତ ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହିଥର କିନ୍ତୁ ସେ ଅଫେୟରକୁ ନେଇ ନୁହେଁ ବରଂ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅରବାଜଙ୍କ ଠାରୁ ଅଲଗା ହେବାପରେ ଦୁଇଜଣ ଜୀବନରେ ଆଗକୁ ବଢି ସାରିଛନ୍ତି । କିନ୍ତୁ ମଲାଇକା ଏବେ ମଧ୍ୟ ଅରବାଜଙ୍କ ପରିବାର ସହିତ ମିଳାମିଶା କରୁଛନ୍ତି । ଅଧିକାଂଶ ସମୟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ମଲାଇକା ଚାହାଁନ୍ତି ନାହିଁଯେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କେହି ଜାଣନ୍ତୁ ।

ସ୍ପଟବଏର ରିପୋର୍ଟ ଅନୁସାରେ ଅର୍ଜୁନଙ୍କ ସହିତ ତାଙ୍କ ସଂପର୍କକୁ ନେଇ ବ୍ୟକ୍ତିଗତ ତଥ୍ୟ ଲିକ ହେଉଥିଲା । ଏହାପରେ ମଲାଇକାଙ୍କ ସନ୍ଦେହ ତାଙ୍କ ଡ୍ରାଇଭର ଉପରେ ହେଲା । ଯେତେବେଳେ ତାଙ୍କୁ ଏହି ବିଷୟରେ ଜଣାପଡ଼ିଲା ସେ ଡ୍ରାଇଭରକୁ ଚାକିରୀରୁ ବାହାର କରିଦେଲେ ।

କହିରଖୁଛୁଯେ ଡ୍ରାଇଭର ମୁକେଶ ବବଲୁକୁ ହାୟର କରିଥିଲେ ଅରବାଜ । ଯିଏ ଅରବାଜଙ୍କ ପାଇଁ କାମ କରୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More