Only for Entertainment

ଭାଇରାଲ ହେଲା ପ୍ରିୟା ପ୍ରକାଶଙ୍କର ଆଉ ଏକ ଭିଡିଓ, ଲେକେ ଏହାକୁ ଦେଖି ଦେଲେ ଏପରି କମେଣ୍ଟ

Adage India
0 71

ଭାଲେଣ୍ଟାଇନ ସପ୍ତାହରେ ଭାଇରାଲ ହୋଇଥିବା ମାଲାୟଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କର ଆଖି ମାରୁଥିବା ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରିଦେଇଛି । ଆଖିର ଇସାରାରେ ସେ ଅନେକ ଲୋକଙ୍କୁ ଖାସ କରି ଯୁବ ବର୍ଗଙ୍କୁ ନିଜ ଦିୱାନା କରିଛନ୍ତି । ତେବେ ଏହି ଭିଡିଓ ପରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିଛନ୍ତି । ତାଙ୍କର ଏହି ଭିଡିଓ ଦେଖି ଅନେକ ଲୋକ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି ।

ପ୍ରିୟାଙ୍କର ଏହି ନୂଆ ଭିଡିଓରେ ସେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ପ୍ରିୟାଙ୍କର ଏହି ଭିଡିଓକୁ କଛି ଘଣ୍ଟାରେ ହଜାରୁ ଅଧିକ ଲୋକ ଦେଖିଛନ୍ତି । ପ୍ରିୟା ଏହି ଭିଡିଓରେ ଶାହାରୁଖଙ୍କ ଫିଲ୍ମର ଗୀତ ‘କଭି ଅଲବିଦା ନା କହନା’ ଗାଉଥିବା ନଜର ଆସିଛନ୍ତି । ପ୍ରିୟାଙ୍କର ଏହି ଭିଡିଓରେ ଅନେକ ଲୋକ କମେଣ୍ଟ କରି ତାଙ୍କୁ ମଲ୍ଟି ଟ୍ୟାଲେଣ୍ଟେଡ ବୋଲି କହିଛନ୍ତି । ଆଉ କେହି କେହି ପ୍ରିୟା ଲିପସିଙ୍ଗ କରୁଛନ୍ତି ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More