Only for Entertainment

ଏହି ଅଭିନେତା ବଦଳାଇଲେ ହେୟାର ଷ୍ଟାଇଲ, ତ ପ୍ରଡ୍ୟୁସର ଜୀବନରୁ ମାରିଦେବା ପାଇଁ ଦେଲେ ଧମକ, ଦେଖନ୍ତୁ ହୃଦୟଥରା ଭିଡିଓ !

16

ମଲୟାଲମ ଅଭିନେତା ଶେନ ନିଗମ ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି । ଶେନ ପ୍ରଡ୍ୟୁସର ଜବି ଜର୍ଜଙ୍କ ବିରୁଦ୍ଧରେ ଆରୋପ ଲଗାଇଛନ୍ତି ଯେ ନିଜ ହେୟାର ଷ୍ଟାଇଲରେ ପରିବର୍ତ୍ତନ କରିଥିବାରୁ ଜର୍ଜ ତାଙ୍କୁ ମାରିବାକୁ ଧମକ ଦେଇଛନ୍ତି ।
ଅସଲରେ ନିକଟରେ ଅଭିନେତା ଇନଷ୍ଟାଗ୍ରାମରେ ଏକ ଲାଇଭ ଭିଡିଓ ଶେୟାର କରି ନିଜ ଚିନ୍ତା ଜଣାଇଛନ୍ତି ।

ଏହାବ୍ୟତୀତ କଳାକାର ଆସୋସିଏସନ ଅଫ ମଲୟାଲମ ଫିଲ୍ମ କଳାକାରଙ୍କ ପାଖରେ ନିଜ ଅସନ୍ତୋଷ ପ୍ରକାଶ କରି ମାମଲା ଦାୟର କରିଛନ୍ତି । ଅଭିନେତାଙ୍କ କହିବା ମୂତାବକ ଫିଲ୍ମ ବୋୟିଲ ପୂର୍ବ ସିଡ୍ୟୁଲ ପରେ ସେ ଫିଲ୍ମ କୁର୍ବାନୀର ସେଟରେ ସାମିଲ ହୋଇଥିଲେ । ଦୁଇଟି ଯାକ ଫିଲ୍ମ ପ୍ରଡକ୍ସନ ଟିମଙ୍କ ସହ କଥା ହୋଇ ସେ ନିଜ ଗେଟଅପରେ କିଛି ପରିବର୍ତ୍ତନ କରିଛନ୍ତି । ଏହାପରେ ସେ ହ୍ୱାଟ୍ସଅପରେ ନିଜ ମେକଓଭର ଫଟୋ ଶେୟାର କରିଥିଲେ ।

ଯେତେବେଳେ ପ୍ରଡ୍ୟୁସର ତାଙ୍କର ଏହି ଫଟୋ ଦେଖିଲେ ତାଙ୍କୁ ଖୁବ ଗାଳି କରିଥିଲେ । ଜର୍ଜ ଏହା ମଧ୍ୟ କହିଛନ୍ତି ଯେ ସୋସିଆଲ ମିଡିଆ ସାହାଯ୍ୟରେ ଶେନ ନିଗମଙ୍କ ଇମେଜକୁ ଖରାପ କରିଦେବେ ଏବଂ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ନିଗମ ଭିଡିଓରେ ଜଚ୍ଚାଇ ଦେଇଛନ୍ତି ଯେ ଯଦି ଆଗକୁ ସେହିଭଳି କିଛି ହୁଏ ତେବେ ଏଥିପାଇଁ ଦାୟୀ ହେବେ ଜର୍ଜ ।

 

View this post on Instagram

 

Please support…

A post shared by Shane Nigam (@shanenigam_official) on

ନିଗମ ଏହା ମଧ୍ୟ କହିଛନ୍ତି ଯେ ସେ ମହତ୍ୱପୂର୍ଣ୍ଣ କାଗଜ ଏବଂ ହ୍ୱାଟ୍ସଅପ ସ୍କ୍ରିନସଟ ଏଏମଏମଏ ଏଡେବେଲା ବାବୁଙ୍କ ଦେଇ ଦେଇଛନ୍ତି । ଶେନ ନିଜ ଇନଷ୍ଟାଗ୍ରାମ ପୋଷ୍ଟର ଶେଷରେ କହିଛନ୍ତି ଯେ ସେ ଅଭିନେତା ଅଭିଙ୍କ ପୁଅ ବୋଲି ତାଙ୍କୁ ଏତେ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ମାମଲାରେ ପ୍ରତିକ୍ରିୟା ଦେଇ ଜର୍ଜ ଫେସବୁକ ପୋଷ୍ଟ ଲେଖିଛନ୍ତି ଏବଂ ନିଗମଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଖୁବଶୀଘ୍ର ପ୍ରଡ୍ୟୁସର ଆସୋସିଏସନ ଏହି ବିଷୟ ଉପରେ ନିଜ ବୟାନ ଜାରି କରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More