Only for Entertainment

ମାଲେସିଆର ପ୍ରଥମ ମହିଳା ଇମରାନ ଖାନଙ୍କୁ କଲେ ଏଭଳି ଅନୁରୋଧ, ହସି ହସି ଗଡି ଗଲେ ସମସ୍ତେ । ଦେଖନ୍ତୁ ଭାଇରାଲ ଭିଡିଓ

NDTV Khabar
23

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପ୍ରଶଂସକଙ୍କ ସଂଖ୍ୟା ଅଧିକ । ସେ ପାକିସ୍ତାନୀ କ୍ରିକେଟ୍ ଟିମରେ କ୍ୟାପ୍ଟେନ୍ ରହି ରାଜନୀତିକୁ ଆସିଲେ । ଇମରାନ ଖାନ ଯେଉଁଠି କି ଯାଆନ୍ତି । ଫ୍ୟାନ ମାନେ ତାଙ୍କୁ ଦେଖିବାକୁ ପହଂଚିଯାଆନ୍ତି । ପାକ୍ ପିଏମ୍ ଇମରାନ ଖାନ୍ ମାଲେସିଆରେ ଦୁଇ ଦିନ ଗସ୍ତରେ ଥିଲେ । ମାଲେସିଆର ପ୍ରଥମ ମହିଳା ସୀତି ହସମାହ ମୋହମ୍ମଦ ଅଲି ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଏକ ବିଶେଷ ଅନୁରୋଧ କଲେ । ଯାହା ପରେ ଇମରାନ ଖାନ୍ ନିଜ ହସକୁ ରୋକିପାରିନଥିଲେ । ସେ ସେହି ସମୟରେ ଅନୁରୋଧ କଲେ ଯେଉଁ ସମୟରେ ସେ ଫଟୋ କ୍ଲିକ୍ କରାଉଥିଲେ ।

ମାଲେସିଆର ପ୍ରଥମ ମହିଳା ଇମରାନ ଖାନଙ୍କୁ କହିଲେ କି, “ପ୍ରଧାନମନ୍ତ୍ରୀ ଜୀ, କ’ଣ ମୁଁ ଆପଣଙ୍କ ହାତଧରି ପାରିବି ?” ଯାହା ପରେ ଇମରାନ ଖାନ୍ ହସି ହସି ହଁ କଲେ ଓ ହାତ ଧରିଲେ । ଯାହା ପରେ ସେଠି ଉପସ୍ଥିତ ଥିବା ସମସ୍ତ ଲୋକ ହସିଲେ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ସେହି ସମୟରେ ମାଲେସିଆର ପ୍ରଧାନମନ୍ତ୍ରୀ ମହାଥିର ମୋହମ୍ମଦ ବି ଉପସ୍ଥିତ ଥିଲେ । ସେ ମଧ୍ୟ ଜୋର୍ ଜୋର୍ ହସିବାକୁ ଲାଗିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More