Only for Entertainment

ପୁରୁଷଙ୍କ ଏହି ଗୋଟିଏ ଭୁଲ ପାଇଁ ମା ହୋଇପାରନ୍ତି ନାହିଁ ମହିଳା ।

133

କେତେକ ମହିଳା ସ୍ୱଭାବିକ ଭାବରେ ଗର୍ଭଧାରଣ କରିବା ପାଇଁ ଅସମର୍ଥ ହୋଇଥାନ୍ତି । ଏହାପରେ ମଧ୍ୟ କେତେକ ପରୀକ୍ଷଣ ରିପୋର୍ଟ ସାମାନ୍ୟ ହେଲେ ମଧ୍ୟ ଗର୍ଭଧାରଣ କରିବା ପାଇଁ ଅସମର୍ଥ ହୋଇଥାନ୍ତି । ପୁରୁଷଙ୍କ ମଧ୍ୟରେ ଇନଫର୍ଟିଲିଟି ସେହି ସମସ୍ତ ମଧ୍ୟରେ ଗୋଟିଏ କାରକ । ପୁରୁଷଙ୍କ ମଧ୍ୟରେ ଶୁକ୍ରାଣୁର ଗୁଣବତ୍ତା ଏବଂ ତାହାର ମାତ୍ରା ଗର୍ଭଧାରଣ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ । ଏହା ପୁରୁଷ ପ୍ରଜନନ କ୍ଷମତାର ଏକ ନିର୍ଣ୍ଣାୟକ କାରକ । ଯଦି ଶୁକ୍ରାଣୁ ଖରାପ ବା ଗୁଣବତ୍ତା କମ ହୋଇଥାଏ ତେବେ ଗର୍ଭଧାରଣ କ୍ଷମତା ୧୦ ଗୁଣ କମ ହୋଇଯାଏ ଏଂବ କେବେ କେବେ ଏହାଠାରୁ ମଧ୍ୟ କମ ହୋଇଯାଏ ।

ଦିଲ୍ଲୀର ଇନ୍ଦୀରା ଆଇବିଏଫ ଏକ୍ସପର୍ଟ ଡାକ୍ତର ସାଗରିକା ଅଗ୍ରୱାଲଙ୍କ କହିବା ଅନୁସାରେ ମେଲ ଫ୍ୟାକ୍ଟର ଇନଫର୍ଟିଲିଟି ଅସାମାନ୍ୟ ବା ଖରାପ ଶୁକ୍ରାଣୁର ଉତ୍ପାଦନ କାରଣରୁ ହୋଇଥାଏ । ପୁରୁଷଙ୍କ ମଧ୍ୟରେ ଏହି ସମ୍ଭାବନା ହୋଇପାରେଯେ ସେମାନଙ୍କ ଶୁକ୍ରାଣୁ ଉତ୍ପାଦନ ଏବଂ ବିକାଶ ସହିତ କିଛି ସମସ୍ୟା ନଥାଇପାରେ ତଥାପି ଶୁକ୍ରାଣୁର ସଂରଚନା ଏବଂ ଶୀଘ୍ରପତନ ସମସ୍ୟା ସୁସ୍ଥ ଶୁକ୍ରାଣୁକୁ ପତନଶୀଳ ତରଳ ପଦାର୍ଥ ପର୍ଯ୍ୟନ୍ତ ପହଂଚାଇବାକୁ ଅଟକାଇଥାଏ । ଶୁକ୍ରାଣୁ ଫେଲୋପିୟନ ଟ୍ୟୁବ ପର୍ଯ୍ୟନ୍ତ ପହଂଚିପାରେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More