Only for Entertainment

ଲୋକଙ୍କ ସେବା ଛାଡି ଟିକଟକରେ ବ୍ୟସ୍ତ ନର୍ସ, ଭିଡିଓ ଭାଇରାଲ !

22

ଟିକଟକ୍ ମାୟାରେ ବାୟା । ପିଲା ଠାରୁ ବୁଢ଼ାଯାଏଁ ସମସ୍ତେ ଟିକଟକ ପାଇଁ ପାଗଳ । ଟିକଟକ ମାୟାରୁ ବର୍ତ୍ତି ପାରିଲେନି କାର୍ଯ୍ୟରତ ନର୍ସ । ଚିକିତ୍ସା ଛାଡ଼ି ଟିକଟକ୍ ଭିଡ଼ିଓ ସୁଟ କରିବାରେ ଲାଗିଲେ ମାଲକାନଗିରିର ନର୍ସ । ଟ୍ରିଟମେଣ୍ଟ ବଦଳରେ ଟିକଟକ ଭିଡିଓ । ସାରା ଦେଶରେ ଏବେ ଟିକଟକକୁ ନେଇ ଯୁବପିଢୀଙ୍କ କ୍ରେଜ ଲାଗିରହିଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଟିକଟକକୁ ନେଇ ଆସିଛି ଏକ ଅଭାବନୀୟ ଚିତ୍ର ।

ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଏସଏନସିୟୁରେ ଡ୍ୟୁଟିରେ ଥିବା ନର୍ସ ମାନେ ଏକ ଟିକଟକରେ ଅପଲୋଡ କରିଛନ୍ତି । ୩ ଜଣ ନର୍ସଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି । ଚିକିତ୍ସାଧୀନ ଥିବା କୁନି ପିଲାଙ୍କୁ ଧରି ଭିଡିଓ କରିବା ମନୋରଂଜନ କରିଛନ୍ତି ଡ୍ୟୁଟିରେ ଥିବା ନର୍ସମାନେ ।ପୃଷ୍ଟିହୀନ ଏବଂ ଗୁରୁତର ଶିଶୁ ଏସଏନସିୟୁରେ ଚିକିତ୍ସା କରାଯାଇଥାଏ । ଏବଂ ସେଠାରେ ଦିନ ରାତି ନର୍ସ ମାନେ ଡ୍ୟୁଟି କରିଥାନ୍ତି । ତେବେ ଡ୍ୟୁଟି ଛାଡି ଟ୍ରିଟମେଂଟ ବଦଳରେ ଟିକଟକ କରିବା କେତେଦର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଭିଡିଓଟି ଭାଇରାଲ ହେବା ପରେ ୩ ଜଣଙ୍କୁ ନର୍ସଙ୍କୁ ସିଡିଏମଓଙ୍କ ନିକଟରେ ଫେରାଦ ହେବା ଲାଗି ନିର୍ଦ୍ଦେଶ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More