Only for Entertainment

ଟ୍ୱିଟରରେ ସୁଷମାଙ୍କୁ ସହାୟତା ମାଗିଲେ ମଲ୍ଲିକା ସେରାୱତ ।

indian forums
0 63

ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାୱତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସହାୟତା ମାଗିଛନ୍ତି । ମଲ୍ଲିକା ସେରାୱତ ଏବେ ଏକ ବେସରକାରୀ ସଂଗଠନ ଫ୍ରି-ଏ-ଗର୍ଲ ଇଣ୍ଡିଆରେ କାମ କରୁଛନ୍ତି । ଏହି ସଂସ୍ଥା ଛୋଟପିଲାଙ୍କର ଯୌନ ଶୋଷଣ ବିରୋଧରେ କାମ କରୁଛି । ଏହି ସଂସ୍ଥା ପାଇଁ ମଲ୍ଲିକା ସୁଷମା ସ୍ୱରାଜଙ୍କୁ ସହାୟତା ମାଗିଛନ୍ତି । ମଲ୍ଲିକା ଏହି ଏନଜିଓର କୋ ଫାଉଣ୍ଡର ଏବଲିନ ହୋଲସ୍କନଙ୍କ ପାଇଁ ଭାରତର ଭିସା ପାଇଁ ସହାୟତା ମାଗିଛନ୍ତି । ମଲ୍ଲିକାଙ୍କ କହିବା ଅନୁସାରେ ତାଙ୍କର ଭିସାକୁ ବାରମ୍ବାର ରବ୍ଦ କରାଯାଇଛି । ଏହି ସଂଗଠନ ଯୌନ ଶୋଷଣ ବିରୋଧରେ ଅନେକ କାମ କରିଥିବା ମଲ୍ଲିକା କହିଛନ୍ତି । ତେବେ ଏଭଳି ଅସୁବିଧାର ସମସ୍ୟା ପାଇଁ ସେ ଟ୍ୱିଟରରେ ସୁଷମାଙ୍କୁ ସହାୟତା ମାଗିଛନ୍ତି ।

ଫ୍ରି-ଏ-ଗର୍ଲ ଏନଜିଓ ବାଲ୍ୟ ଯୌନ ଶୋଷଣ ବିରୋଧରେ ଜାଗରଣ ଅଭିଯାନ ଜାରି ରଖିଛି । ଏହା ବ୍ୟତୀତ ବାଲ୍ୟ ବେଶ୍ୟାବୃତ୍ତି କୁ ଯୋଡ଼ି ହୋଇଥିବା ଆଇନ କାନୁନରେ ମଧ୍ୟ ନ୍ୟାୟ ମାଗିଛି । ଏହାର ଏକମାତ୍ର କାରଣ ହେଉଛିଯେ ଯେପରି ଆରୋପୀ ଜେଲରୁ ଖୁବ ଶୀଘ୍ର ନ ବାହାରନ୍ତୁ । ଏହି ସଂସ୍ଥା ଦ୍ୱାରା ଚାଲୁଥିବା ସ୍କୁଲ ଫର ଜଷ୍ଟିସ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସେଡର । ଏହି କାର୍ଯ୍ୟକ୍ରମ ଦ୍ୱାରା ବେଶ୍ୟାଳୟରୁ ମୁକ୍ତ କରାଯାଇଥିବା ଝିଅମାନଙ୍କୁ ଶିକ୍ଷା,ପ୍ରଶିକ୍ଷଣ ଓ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ମଲ୍ଲିକାଙ୍କ କହିବା ଅନୁସାରେ ସେ ଏହି କାର୍ଯ୍ୟକ୍ରମରେ ହୃଦୟର ସହିତ ଜଡ଼ିତ ଅଛନ୍ତି ଏବଂ ଚାହୁଁଛନ୍ତିଯେ ସୁଷମା ଏଥିପାଇଁ ସହାୟତା କରନ୍ତୁ ।
ଫ୍ରାନ୍ସର ପ୍ୟାରିସରେ ରହୁଥିବା ମଲ୍ଲିକା ସେରାୱତ ଘରଭଡ଼ା ନ ଦେଇପାରିଥିବା ଯୋଗୁଁ ଘର ମାଲିକ ନୋଟିସ ପଠାଇଥିବା ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲେ । ତେବେ ଏହାକୁ ସଂପୂର୍ଣ୍ଣ ମନା କରିଛନ୍ତି ମଲ୍ଲିକା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More