Only for Entertainment

ଫିଲ୍ମ ଇଣ୍ଡଷ୍ଟ୍ରିର ରାଜ ଖୋଲିଲେ ଅଭିନେତ୍ରୀ, ଏହି କାମ ପାଇଁ ବାଧ୍ୟ କରାଯାଉଥିଲା ।

79

ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାୱତ ଅଧିକାଂଶ ସମୟରେ ନିଜ ଡ୍ରେସକୁ ନେଇ ଚର୍ଚ୍ଚାରେ ରହୁଥିବା ସମୟରେ ଏଥରର ଚର୍ଚ୍ଚା କିଛି ଭିନ୍ନ ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ଅଭିନେତ୍ରୀ ।୧୭ବର୍ଷ ପରେ ଅଭିନେତା ତୁଷାର କପୁରଙ୍କ ସହ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏକତା କପୁରଙ୍କ ୱେବସିରିଜ ବୁ ସବକି ଫଟେଗି ଜରିଆରେ ତୁଷାର ଏବଂ ମଲ୍ଲିକା ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ନିଜର ଡିଜିଟାଲ ଡେବ୍ୟୁକୁ ନେଇ ମଲ୍ଲିକା ଉତ୍ସାହିତ ଥିବା ବେଳେ ଏତେ ବର୍ଷ ସେ ଫିଲ୍ମଠାରୁ ଦୂରେଇ ରହିବାର କାରଣ ଜଣାଇଛନ୍ତି ।ତାଙ୍କ ଅନୁଯାୟୀ, ମୁଁ ଫିଲ୍ମର ହିରୋମାନଙ୍କୁ ଡେଟ୍‌ କରୁ ନଥିବାରୁ ଅନେକ ଫିଲ୍ମର ଅଫର ମୋ ହାତରୁ ଚାଲି ଯାଇଛି । ଇଣ୍ଡଷ୍ଟ୍ରିରେ ହିରୋ ଏବଂ ନିର୍ଦ୍ଦେଶକ-ପ୍ରଯୋଜକ ନିଜ ନିଜର ପ୍ରେମିକାଙ୍କ ସହ କାମ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ମୁଁ କାହାର ପ୍ରେମିକା ନଥିଲି ଏବଂ କିଛି କଳାକାରଙ୍କ ପ୍ରେମିକା ହେବାକୁ ମନା କରି ଦେଇଥିଲି ।  ଯାହା ପାଇଁ ମୋତେ ଫିଲ୍ମରୁ କାଢ଼ି ଦିଆଯାଇଥିଲା ବୋଲି କହିଛନ୍ତି ମଲ୍ଲିକା ।

#ମି ଠୁ ଅଭିଯାନକୁ ନେଇ ମଲ୍ଲିକା କହିଛନ୍ତି, ମୋ ସହ ସେଭଳି କିଛି ଘଟଣା କେବେ ଘଟି ନାହିଁ । କାରଣ ଆରମ୍ଭରୁ ମୋର କଡ଼ା ମିଜାଜ ଥିବାରୁ ମୋ ସହ ସେଭଳି ବ୍ୟବହାର କେହି କରି ନାହାନ୍ତି । କିନ୍ତୁ ଏହି ଅଭିଯାନ ପାଇଁ ସେଭଳି କରୁଥିବା ଲୋକଙ୍କ ମନରେ ଡ଼ର ଆସି ଯାଇଛି । ଯାହାଦ୍ୱାରା ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କମ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More