Only for Entertainment

ଏବେ ଏଭଳି ଦେଖା ଯାଉଛନ୍ତି ‘କଭି ଖୁସି କଭି ଗମ’ ଛୋଟ ବେଳର କରୀନା ।

bollywood tadka
33

ବଲିଉଡ ଫିଲ୍ମ କଭି ଖୁସି ଗମରେ କରୀନା କପୁରଙ୍କ ଛୋଟ ସମୟର ଚରିତ୍ରରେ ଅଭିନୟ କରିଥିବା ମାଳବିକା ରାଜଙ୍କ ଲୁକ ଏବେ ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି । ନିକଟରେ ମାଳବିକାଙ୍କୁ ଏକ ଜିମ ବାହାରେ ସ୍ପଟ କରାଯାଇଛି । ଯେଉଁଥିରେ ସେ ଗୋଲାପି ଏବଂ ହଳଦିଆ ରଙ୍ଗର ଆଉଟଫିଟରେ ନଜର ଆସିଛି । ତେବେ ମାଳବିକାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦିଓ କଭି ଖୁସି କଭି ଗମ ପରେ ମାଳବିକା କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି ତଥାପି ସେ ମଡେଲିଙ୍ଗରେ ଖୁବ ନାମ କମାଇଛନ୍ତି । ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଏବଂ ଅଧିକାଂଶ ସମୟରେ ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ଫଟୋ ଶେୟାର କରନ୍ତି ।

ମାଳବିକାଙ୍କ ଲୁକ ଏବଂ ଷ୍ଟାଇଲକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏବେ ଦେଖିବା ବାକି ରହିଲାଯେ ମାଳବିକା ପୁଣିଥରେ କେବେ ବଲିଉଡରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More