ସଂପର୍କରେ ପୁରୁଷମାନେ ନିଜ ପାର୍ଟନର ଠାରୁ ଏହି ସବୁ ଆଶା ରଖିଥାନ୍ତି ।
ବିବାହ ପୂର୍ବରୁ ପ୍ରେମ କରିବା ଏବେ ଅତି ସାଧାରଣ କଥା ହୋଇଗଲାଣି । ତେବେ ପାଶ୍ଚାତ୍ୟ ଏବଂ ବର୍ତ୍ତମାନ ମଧ୍ୟରେ ବିଭିନ୍ନ ପାର୍ଥକ୍ୟ ଦେଖାଯାଉଛି । ଯାହାର ପ୍ରମୁଖ କାରଣ ହେଉଛି ଚାଲିଚଳଣୀର ପରିବର୍ତ୍ତନ । କିନ୍ତୁ ପ୍ରେମରେ ନିଜ ଇଛାକୁ ପୁଅ ଓ ଝିଅମାନେ ଦେଖାଇଥାନ୍ତି । ଯାହା ଏକ ଲକ୍ଷଣ କହିଲେ ଭୁଲ ହେବ ନାହିଁ । କିନ୍ତୁ ଝିଅଙ୍କ ଅପେକ୍ଷା ପୁଅମାନେ ନିଜ ଇଛାକୁ ବିନା ସଙ୍କୋଚରେ ଦେଖାଇଥାନ୍ତି । ସେମାନଙ୍କର କିଛି ଇଛା ମଧ୍ୟ ରହିଥାଏ । ତେବେ କେଉଁସବୁ ଇଛା ପୁଅମାନଙ୍କର ରହିଥାଏ,ଆସନ୍ତୁ ଜାଣିବା ।
ଅଧିକାଂଶ ସମୟରେ ଝିଅମାନେ ପୁଅଙ୍କର ଯିବା ଆସିବା ପ୍ରତ୍ୟେକ ଖବର ରଖିବାକୁ ପସନ୍ଦ କରନ୍ତି । କିନ୍ତୁ ପୁଅମାନେ ଚିଡ଼ିଯାଆନ୍ତି । ଯଦି ଆପଣ ଚାହୁଁଛନ୍ତିଯେ ଆପଣଙ୍କ ପ୍ରେମରେ ଦୂରତା ଚାହୁଁ ନାହାଁନ୍ତି ତେବେ ନିଜ ପାଟନରକୁ ପର୍ସନାଲ ସ୍ପେସ ଦେବା ଉଚିତ ।
ଛୋଟ ଛୋଟ ଝଗଡ଼ା ତ ସମସ୍ତ ସଂପର୍କରେ ହୁଏ । କେତେକ ସମୟରେ ଝିଅମାନେ ନିଜ ପାର୍ଟନର ସହିତ ଝଗଡ଼ା କରି ଦୁଃଖ ପହଂଚାଇଥାନ୍ତି । ତେଣୁ ଏଭଳି ନ କରି ସେମାନଙ୍କୁ ସମ୍ମାନ ଦେବା ଉଚିତ ।
ସମସ୍ତେ ଭାବନ୍ତି ପୁଅମାନେ ଖୁବ ଇମୋସନାଲ । ସେଥିପାଇଁ ସେମାନେ ନିଜ ମନକଥା କାହାକୁ କୁହନ୍ତି ନାହିଁ । କିନ୍ତୁ ଝିଅଙ୍କ ଭଳି ପୁଅଙ୍କୁ ମଧ୍ୟ ବୁଝିବା ଦରକାର । କାରଣ ସେମାନେ ମଧ୍ୟ ଖୁବ ଇମୋସନାଲ ।
ପୁଅମାନେ ସବୁବେଳେ ଚାହାଁନ୍ତିଯେ ତାଙ୍କ ପାର୍ଟନର ତାଙ୍କ ଦୁଃଖ ଓ ସୁଖରେ ସାଙ୍ଗରେ ରୁହନ୍ତୁ । ଯାହା ଦ୍ୱାରା ସେ ସମସ୍ତ ସମସ୍ୟାକୁ ସମାଧାନ କରିବାର ସାହସ କରିପାରିବେ ।
ଏକ ଭଲ ସଂପର୍କ ସହିତ ପୁଅମାନେ ଶାରୀରିକ ସଂପର୍କକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି । କାରଣ ସେମାନେ ଜାଣିବାକୁ ଚାହାଁନ୍ତିଯେ ତାଙ୍କ ପାର୍ଟନର ତାଙ୍କୁ ହୃଦୟରୁ ଭଲପାଉଛି କି ନାହିଁ ।