Only for Entertainment

ଗାୟକ ସୋନୁ ନିଗମଙ୍କୁ ମାରିବାର ଷଡ଼ଯନ୍ତ୍ର ରଚୁଥିଲେ ଏହି ବ୍ୟକ୍ତି ।

sambad
23

କଂଗ୍ରେସର ପୂର୍ବ ସାଂସଦ ନିଲେଶ ରାଣେ ଦିବଂଗତ ଶିବ୍‌ସେନାର ସୁପ୍ରିମୋ ବାଲ୍‌ ଠାକ୍‌ରେଙ୍କୁ ନେଇ କହିଥିବା ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟେ ସମୟରେ ବାଲ୍‌ ଠାକ୍‌ରେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ହତ୍ୟା କରିବାର ଯୋଜନା କରୁଥିବା କଥା ନିଲେଶ କହିବା ପରେ ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଯୋଜନା ନୁହେଁ, ବାଲ୍‌ ଠାକ୍‌ରେ ଅନେକ ଥର ତାଙ୍କୁ ହତ୍ୟା କରିବାର ଉଦ୍ୟମ କରିଥିଲେ ଏବଂ ଏ ବିଷୟରେ ସୋନୁ ନିଗମଙ୍କୁ ଜଣା ଥିଲା ବୋଲି କହିଛନ୍ତି ନିଲେଶ ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବ ଶିବସେନା ନେତା ନାରାୟଣ ରାଣେଙ୍କ ପୁଅ ନିଲେଶଙ୍କ କହିବା ଅନୁଯାୟୀ, ବାଲା ସାହେବ୍‌ ଅନେକ ଥର ସୋନୁଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସୋନୁ ନିଗମ ଏବଂ ବାଲ୍‌ ଠାକ୍‌ରେଙ୍କ ପରିବାର ମଧ୍ୟରେ କ’ଣ ସଂପର୍କ ରହିଛି ଓ ବାଲ୍‌ ସାହେବ୍‌ଙ୍କ କର୍‌ଜତ୍‌ ଫାର୍ମ ହାଉସ୍‌ରେ କେତେ ଲୋକ ମୃତ୍ୟୁବରଣ କରିଥିଲେ ଏ ସବୁ ବିଷୟରେ କହିବା ପାଇଁ ଆମକୁ ବାଧ୍ୟ କର ନାହିଁ ବୋଲି ରାଗରେ କହିଥିଲେ ନିଲେଶ । ପୂରା ମାମଲା ନ କହି ଏଭଳି ସଂକ୍ଷପରେ ପୂର୍ବ ଘଟଣା ବିଷୟରେ କହିବା ପରେ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ନିଲେଶଙ୍କ ଏଭଳି ଆରୋପ ପରେ ବିଜେପି-ଶିବସେନା ମଧ୍ୟରେ ଥିବା ଦୂରତା ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More