Only for Entertainment

ବାଙ୍ଗାଲୁରୁରୁ କଲେ ଫୁଡ ଅର୍ଡର, ରାଜସ୍ତାନରୁ ସ୍ୱିଗି ଆଣିବାକୁ ଲାଗିବା ଖାଦ୍ୟ !

54

ଜୀବନ ସତରେ କେତେ ସରଳ ହୋଇଗଲାଣି । ଘରେ ବସି ସବୁ କିଛି ହୋଇ ପାରୁଛି । ଖାଦ୍ୟ ଅର୍ଡର ଠାରୁ ପୋଷାକ ଅର୍ଡର ମଧ୍ୟ ଗୋଟିଏ ଫୋନ କ୍ଲିକରେ ହୋଇଯାଉଛି । ଖାସକରି ଖାଦ୍ୟ । ଛୁଟି କିମ୍ବା ଘରେ କିଛି ପାର୍ଟି ଥିଲେ ହୋଟେଲରୁ ସହଜରେ ଖାଦ୍ୟ ମଧ୍ୟ ଅର୍ଡର କରାଯାଇ ପାରୁଛି । ଖୁବ ଶୀଘ୍ର ଘରେ ଖାଦ୍ୟ ପହଂଚିଯାଉଛି । ମାତ୍ର ବେଳେ ବେଳେ ଡେରି ହେଲେ ଚିନ୍ତା ବଢିଯାଏ । ପ୍ରସିଦ୍ଧ ଫୁଡ ଡେଲିଭରୀ ଆପ ସ୍ୱିଗି ବାଙ୍ଗାଲୁରୁରେ ରହୁଥିବା ଏକ ବ୍ୟକ୍ତିର ଅର୍ଡର ରିସିଭ କରିଥିଲା । ମଜାଦାର କଥା ହେଉଛି ଏହି ଅର୍ଡର ରାଜସ୍ତାନର ଏକ ରେସ୍ତୋରାଁର ଅଟେ । ଅର୍ଥାତ ଖାଦ୍ୟ ରାଜସ୍ତାନରୁ ବାଙ୍ଗାଲୁରୁ ଡେଲିଭରୀ ହେବାର ଥିଲା ।

ଯଦି ଆପଣଙ୍କୁ ଏହା ମଜାକ ଲାଗୁଛି , ତେବେ ଆପଣ ଭୂଲ ଅଟନ୍ତି । ଟ୍ୱିଟରରେ ଭାର୍ଗବ ରାଜନ ନାମକ ବ୍ୟକ୍ତି ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ ବାଙ୍ଗାଲୁରୁରେ ରହୁଥିବା ବ୍ୟକ୍ତି ପାଖ ରେସ୍ତୋରାଁରୁ ଖାଦ୍ୟ ଅର୍ଡର କରିଥିଲେ , କିନ୍ତୁ ସ୍ୱିଗି ଭୂଲ ବଶତଃ ଅର୍ଡର ପାଇଁ ରାଜସ୍ତାନର କୌଣସି ରେସ୍ତୋରାଁ ବାଛିଥିଲା ।

ସବୁଠାରୁ ମଜାର ବିଷୟ ହେଉଛି ଏହି ଫୁଡ ଅର୍ଡର ୧୩୮ଟଙ୍କା ଥିଲା ଏବଂ ଏତେ ଦୂର ଡେଲିଭରୀ ପାଇଁ ସମୟ ୧୨ମିନିଟ ଦେଖାଉଥିଲା । ଭାର୍ଗବ ଏହି ଫଟୋ ଶେୟାର କରି ଲେଖିଛନ୍ତି, ‘ୱାହ ସ୍ୱିଗ. ଅସଲରେ କେଉଁ ଗାଡିରେ ତୁମେ ଆସୁଛ’ ?

ତେବେ ସ୍ୱିଗି ଭାର୍ଗବଙ୍କ ଏହି ଟ୍ୱିଟରେ ଉତ୍ତର ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ନିଜ ଗ୍ରାହକଙ୍କ ପାଇଁ ଚାନ୍ଦ ପର୍ଯ୍ୟନ୍ତ ଯାଇପାରିବେ । ଏହାସହ କହିଛନ୍ତି ଏହା କାହିଁକି ଘଟିଛି ଏହାର ଯାଂଚ କରାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More