Only for Entertainment

ଯେତେବେଳେ କୋର୍ଟରେ ପ୍ରମାଣ ଭାବରେ ଦର୍ଶାଗଲା ସଲମାନଙ୍କ ବିବାହ ଫଟୋ, ଆଶ୍ଚର୍ଯ୍ୟ ହୋଇଗଲେ ଜଜ୍!

the lallantop
54

ବିଳାସପୁରରେ ରହୁଥିଲେ ବିଳାସଲାଲ । ତାଙ୍କର ବିବାହ ହୋଇଥିଲା ରାନୀ ଦେବୀଙ୍କ ସହିତ । ଦୁଇଜଣ କିଛି ବର୍ଷ ବୈବାହିକ ଜୀବନ ବିତାଇଲେ । କିନ୍ତୁ ୭ ବର୍ଷ ପୂର୍ବରୁ ୨୦୧୩ରେ ବସନ୍ତଲାଲଙ୍କ ଆତ୍ମହତ୍ୟା କରିଦେଲେ ।

ଏବେ ଆରମ୍ଭ ହେଲା କାହାଣୀ । ଦୈନିକ ଭାସ୍କରରେ ଛପା ଯାଇଥିବା ଖବର ଅନୁସାରେ ବସନ୍ତଲାଲଙ୍କ ମୃତ୍ୟୁ ପରେ ତାହା ହେଲା ଯାହା ସମାଜରେ କେତେକ ବିଧବା ମହିଳାଙ୍କ ସହିତ ହୁଏ । ଶ୍ୱଶୁର ଘର ଲୋକ ତାଙ୍କୁ ଘରୁ ବାହାର କରିଦେଲେ । ରାନୀ ବେଘର ହୋଇଗଲେ । କାରଣ ଦେଲେଯେ ସେ ରାନୀଙ୍କୁ ବସନ୍ତଙ୍କ ପତ୍ନୀ ବୋଲି ମାନୁନାହାଁନ୍ତି । ଯେତେବେଳେ ଅସଲ କାରଣ ଏହା ଥିଲାଯେ ବସନ୍ତଙ୍କ ଚାକିରୀ ତାଙ୍କ ପତ୍ନୀଙ୍କୁ ମିଳିଯିବ । କିନ୍ତୁ ବିବାହକୁ ଏତେ ସହଜରେ ମିଛ ବୋଲି କହିହେବ ନାହିଁ । ରାନୀ କେସ କରିଦେଲେ ଏବଂ ଫ୍ୟାମିଲି କୋର୍ଟରେ ପହଂଚିଗଲେ । କୋର୍ଟରେ ବସନ୍ତଙ୍କ ବାପା ରାନୀଙ୍କ ଦ୍ୱିତୀୟ ବିବାହ ଫଟୋ ଉପସ୍ଥାପନା କରିଦେଲେ । ସେ ରାନୀଙ୍କ ବିବାହର ପୁରୁଣା ଫଟୋକୁ ଏଡିଟ କରିଥିଲେ । ଯେଉଁଥିରେ ପତିର ଚେହେରା ବଦଳା ଯାଇଥିଲା । ଜଣାନାହିଁ ସେ ବ୍ୟକ୍ତି ଜଣକ ଚତୁର ଥିଲା ନା ମୂର୍ଖ? ସେ ରାନୀଙ୍କ ପତି ଚେହେରା ସ୍ଥାନରେ ସଲମାନଙ୍କ ଫଟୋ ଦେଇଥିଲା । ଏପଟେ ଶ୍ୱଶୁର ବୋହୂର ଦ୍ୱିତୀୟ ବିବାହ ଫଟୋ ଦେଖାଇଲେ । ସେପଟେ କୋର୍ଟ ତତକ୍ଷଣାତ ମିଛକୁ ଧରିନେଲେ । ଯଦି ଜଜ ଫିଲ୍ମ ଦେଖୁଥିବେ ତେବେ ନିହାତି ଭାବରେ ହସକୁ ଅଟକାଇ ପାରିନଥିବେ । ସାଧାରଣ କଥା ନ୍ୟାୟ ବୋହୂ ପାଶ୍ୱର୍ରେ ଆସିଲା । କିନ୍ତୁ ହାର ମାନିନାହାଁନ୍ତି ଶ୍ୱଶୁର ଘର । ସେମାନେ ହାଇକୋର୍ଟରେ ଅପିଲ କରିଛନ୍ତି । ଶାସ୍ତ୍ରରେ ଏହାକୁ ହିଁ କନଫିଡେନ୍ସ କୁହାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More