Only for Entertainment

Man vs Wild ଶୋ’ରେ ଆଜି ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ୱିଟ କରି ଦେଲେ ଏହି ସୂଚନା

107

ଆପଣ ଜାଣିଥିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡିସ୍କଭରୀ ଚ୍ୟାନେଲର ଫେମସ ଶୋ’ ମ୍ୟାନ ଭର୍ସେସ ୱାଇଲ୍ଡରେ ନଜର ଆସିବେ । ଶୋ’ର ହୋଷ୍ଟ ବେୟର ଗ୍ରିଲ୍ସ ପିଏମ ମୋଦିଙ୍କ ସହିତ ଗୋଟିଏ ଏପିସୋଡ ସୁଟ କରିଛନ୍ତି । ଏହି ଏପିସୋଡର ଟେଲିକାଷ୍ଟ ଆଜି ରାତି ୯ ଟାରେ କରାଯିବ । ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ ।

ନିକଟରେ ଶୋ’ରେ ଏକ ପ୍ରୋମୋ ସାମ୍ନାକୁ ଆସିଥିଲା । ଏହା ପରଠୁ ଶୋ’କୁ ନେଇ ଚର୍ଚ୍ଚା ସଲାଗି ରହିଛି । ପ୍ରୋମୋ ପରେ ଦର୍ଶକ ଆଜି ବେୟରଙ୍କ ସହିତ ପିଏମ ମୋଦିଙ୍କର ଏହି ଏପିସୋଡ ଦେଖିପାରିବେ ।

ଶୋ’କୁ ନେଇ ପିଏମ ମୋଦି ଟ୍ୱିଟରରେ ସୂଚନା ଦେଇ କହିଛନ୍ତି, ‘ଭାରତର ଚିର ସବୁଜ ଜଙ୍ଗଲ ମଧ୍ୟରେ ରହି ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ନଜର ପକାଇବା ଠାରୁ ଭଲ କ’ଣ ହୋଇପାରେ । ଆଜି ରାତି ୯ଟାରେ ଜଏନ କରନ୍ତୁ ! ’

କହିରଖୁଛୁ ଯେ, ଏହି ଖାସ ଏପିସୋଡ ଆଜି ରାତି ୯ ଟାରେ ଟେଲିକାଷ୍ଟ ହେବ । ଏହା ୧୮୦ ରୁ ଅଧିକ ଦେଶରେ ‘ଡିସ୍କଭରୀ ନେଟୱାର୍କ’ ଚ୍ୟାନେଲରେ ପ୍ରସାରିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More