Only for Entertainment

ଶୈଳେନ୍ଦ୍ରଙ୍କୁ ନେଇ ରିଲିଜ ହେଲା ନୂଆ ମ୍ୟୁଜିକ ଭିଡିଓ ‘ମନ ଖୋଜୁଥିଲା ଗୋଟେ ପ୍ରେମିକା’ !

56

ନିଜ ନିଆରା ଡ୍ୟାନ୍ସ ଆଉ ଆକର୍ଷଣୀୟ ଅଭିନୟ ପାଇଁ ଆଜିକାଲି ଡିିଜିଟାଲ ମିଡିଆରେ ବେଶ ଚହଳ ସୃଷ୍ଟି କରିଛନ୍ତି ଅଭିନେତା ଶୈଳେନ୍ଦ୍ର । ୱେବ ସିରିଜ୍- ‘ସାହେବ ବିବି ଔର୍ ଶାଲା’ କୁହନ୍ତୁ ଅବା ଡ୍ୟାନ୍ସ ଗୀତ ‘ତୋ ଘର ବାଟ ଦେଇ’ କୁହନ୍ତୁ । ଏସବୁରେ ନିଜ ଆକର୍ଷଣୀୟ ଅଭିନୟ ପରଶି ଓଡିଆ ଦର୍ଶକଙ୍କ ମନଜିଣି ପାରିଛନ୍ତି ଶୈଳେନ୍ଦ୍ର । ତେବେ ଶୈଳେନ୍ଦ୍ରଙ୍କୁ ନେଇ ଆଉ ଏକ ମ୍ୟୁଜିକ ଭିଡିଓ ଏବେ ରିଲିଜ ହୋଇଛି । କେମିତି ରହିଛି ସେହି ଗୀତଟି ଚାଲନ୍ତୁ ଦେଖିବା ।

ରିଲିଜ ହୋଇଛି ଶୈଳେନ୍ଦ୍ରଙ୍କ ଆଉ ଏକ ମ୍ୟୁଜିକ ଭିଡିଓ ‘ମନ ଖୋଜୁଥିଲା ଗୋଟେ ପ୍ରେମିକା’ । ଏହି ଗୀତରେ ଶୈଳେନ୍ଦ୍ରଙ୍କ ସହ ସନମିତାଙ୍କୁ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ଗୀତରେ ଶୁଣିବାକୁ ମିଳିଛି ଅର୍ପିତା ଚୌଧୁରୀ ଏବଂ ହ୍ୟୁମାନ ସାଗରଙ୍କ ଗାୟିକି । ଗୀତରେ ଲିରିକ୍ସ ଦେଇଛନ୍ତି ରାକେଶ ଦାସ । ଆଦର୍ଶ ଏଂଟରଟେନମେଂଟ ବ୍ୟାନର ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ରୋମାଂଟିକ ଗୀତ । ତେବେ ଏହା ଦର୍ଶକଙ୍କୁ କେତେମାତ୍ରାରେ ପସନ୍ଦ ଆସୁଛି ତାହା କେବଳ ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More