Only for Entertainment

କାଷ୍ଟିଂ କାଉଚକୁ ନେଇ ମୁହଁ ଖୋଲିଲେ ମନ୍ଦିରା,କହିଲେ କେବଳ ପୁଅ ନୁହଁନ୍ତି ଝିଅମାନେ ମଧ୍ୟ ଦାୟୀ ।

highlights india
0 44

ସିନେମା ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ ବିବାଦ ବିଷୟରେ ଦିନକୁ ଦିନ ଆଲୋଚନା ବଢିବାରେ ଲାଗିଛି । କିନ୍ତୁ ବଲିଉଡରେ ଏହାର ପରିମାଣ ଅଧିକ ଦେଖାଯାଇଛି । ଲୋକଙ୍କ କହିବା ଅନୁସାରେ ଫିଲ୍ମ ଦେବା ପ୍ରଲୋଭନରେ ଏଭଳି ଶୋଷଣ ହେଉଛି । ତେବେ ଏହି ମାମଲାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ମନ୍ଦିରା । ସେ କହିଛନ୍ତିଯେ କାଷ୍ଟିଂ କାଉଚରେ କେବଳ ଜଣଙ୍କର ଭୁଲ ନଥାଏ,ସେଥିରେ ଉଭୟଙ୍କର ଭୁଲ ରହିଥାଏ । ତାଙ୍କ କହିବା ଅନୁସାରେ ସେ ଇଣ୍ଡଷ୍ଟ୍ରିରେ ବହୁ ଦିନ ଧରି ଅଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ କେହି ମଧ୍ୟ ଏହି ବିଷୟରେ କିଛି ବି କହିନାହାଁନ୍ତି ।

ମନ୍ଦିରା ଏବେ ୱେବ ସିରିଜ ଭୋଡ଼କା ଡାଏରିଜରେ ନଜର ଆସୁଛନ୍ତି । ଏଥିରେ ସେ ଖୁବ ବୋଲ୍ଡ ଭାବରେ ସାମ୍ନାକୁ ଆସିଛନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତିଯେ ମୁଁ ଯେଉଁ ସ୍ଥାନରେ ଅଛି କେହି ମଧ୍ୟ ସାହସ କରିବେନି ମୋତେ ଏଭଳି କଥା କହିବାକୁୁ । କମ୍ପ୍ରୋମାଇଜ କରିବା କଥାକୁ ନେଇ ସେ କହିଲେଯେ କେହି ଏଥିପାଇଁ ବାଧ୍ୟ କରନ୍ତି ନାହିଁ,ଅନ୍ୟ ଜଣେ ରାଜି ହେଲେ ଏହା ସମ୍ଭବ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More