Only for Entertainment

ଖରାଦିନେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କଷ୍ଟାର୍ଡ

you tube
0 67

ସାମଗ୍ରୀ
ଭାନିଲା କଷ୍ଟାର୍ଡ ପାଉଡର- ୩୦ ଗ୍ରାମ, କ୍ଷୀର- ୧୧୦ ମିଲି, ଆମ୍ବ- ୮୦୦ ଗ୍ରାମ, ଚିନି- ୨୧୫ ଗ୍ରାମ, ଡାଲିମ୍ବ- ୧୫୫ ଗ୍ରାମ, ଅଙ୍ଗୁର- ୧୯୦ ଗ୍ରାମ, ଆମ୍ବ- ୧୮୦ ଗ୍ରାମ, ଡ୍ରାଏ ଫ୍ରୁଟସ- ସଜାଇବା ପାଇଁ

ପ୍ରଣାଳୀ-
ଗୋଟିଏ ପାତ୍ରରେ କଷ୍ଟାର୍ଡ ପାଉଡର ଏବଂ ୧୧୦ ମିଲି କ୍ଷୀର ପକାଇ ଭଲଭାବେ ମିଶାଇ ରଖିଦିଅନ୍ତୁ । ଏହାପରେ ଏକ ପ୍ୟାନରେ ୧ ଲିଟର କ୍ଷୀର ଗରମ କରନ୍ତୁ ଏବଂ ସେଥିରେ କଷ୍ଟାର୍ଡ ମିଶ୍ରଣକୁ ପକାଇ ମିଶାନ୍ତୁ । ଯେଉଁ ପର୍ଯ୍ୟନ୍ତ କ୍ଷୀର ଅଧା ନହୋଇଛି ସେ ପର୍ଯ୍ୟନ୍ତ କ୍ଷୀରକୁ ଫୁଟାନ୍ତୁ । ଧ୍ୟାନ ରଖନ୍ତୁ ଯେପରି କ୍ଷୀର ପ୍ୟାନରେ ନଲାଗେ । ସେଥିପାଇଁ କ୍ଷୀରକୁ ମଝିରେ ମଝିରେ ଘାଣ୍ଟନ୍ତୁ । ବର୍ତ୍ତମାନ ମିଶ୍ରଣକୁ ଏକ ପାତ୍ରରେ ଢାଳନ୍ତୁ ଏବଂ ଥଣ୍ଡା ହେବା ପାଇଁ ଦିଅନ୍ତୁ । ଏହାପରେ ବ୍ଲେଣ୍ଡରରେ ୮୦୦ ଗ୍ରାମ ଆମ୍ବ, ୨୧୫ ଗ୍ରାମ ଚିନି ପକାଇ ବ୍ଲେଣ୍ଡ କରନ୍ତୁ । ଏହା ପରେ ଆମ୍ବକୁ କାଷ୍ଟାର୍ଡରେ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହା ପରେ ସମସ୍ତ ଫ୍ରୁଟସ ପକାଇ ମିଶାନ୍ତୁ ଏବଂ ଥଣ୍ଡା ହେବା ପାଇଁ ୧ ଘଣ୍ଟା ଫ୍ରିଜରେ ରଖି ଦିଅନ୍ତୁ । ଏହାପରେ ଡ୍ରାଏ ଫ୍ରୁଟସ ପକାଇ ଥଣ୍ଡା ହେବା ପରେ ସର୍ଭ କରନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More